ଜଗତସିଂହପୁର, 06/11/2026, ଉତ୍କଳ voice news - utkalvoicenews.com(ଜଗତସିଂହପୁରରୁ ରିତା ସାହୁଙ୍କ ରିପୋର୍ଟ) :
ସେହିପରି ସମ୍ମାନିତ ଅତିଥି ଭାବେ ଗୀତା ଭାଗବତ ପ୍ରଚାରକ ତଥା ଅଧ୍ୟାପକ ପ୍ରଦୀପ୍ତ ଶତପଥୀ, ଶିକ୍ଷାବିତ୍ ଉମାକାନ୍ତ ନାୟକ, ସ୍ମୃତି କମିଟିର ସଭାପତି ବିପ୍ଳବ ଚୌଧୁରୀ ଏବଂ ଉପଦେଷ୍ଟା ନଟବର ବାରିକ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଲକ୍ଷ୍ମଣ ମଲ୍ଲିକଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଜଣାଇଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି ସୌମ୍ୟରଞ୍ଜନ ପଟ୍ଟନାୟକ ଗଣତନ୍ତ୍ରର ସୁରକ୍ଷା ପ୍ରସଙ୍ଗ ଉଠାଇ ଶାସକ ଓ ବିରୋଧୀ ଦଳଗୁଡ଼ିକ ଗଣତନ୍ତ୍ରର ସୁରକ୍ଷା ପାଇଁ ସ୍ୱର ଉତ୍ତୋଳନ କରୁଥିବା ବେଳେ ପ୍ରକୃତରେ ଗଣତନ୍ତ୍ରକୁ ଅସୁରକ୍ଷିତ କରୁଛି କିଏ ବୋଲି ପ୍ରଶ୍ନ କରିଥିଲେ। ଏଥିସହ ଯୁବପିଢ଼ି ବା ଜେନ୍-ଜିଙ୍କ ଭୂମିକା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ।
ଏହାସହ ୬୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିମାନେ ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ କରିବା ସହ ନିଜର ଅଭିଜ୍ଞତା, ଦକ୍ଷତା ଓ ଅନୁଭବକୁ ସମାଜର ଉନ୍ନତି ଦିଗରେ ବିନିଯୋଗ କରିବାକୁ ଆଗେଇ ଆସିବା ଉଚିତ ବୋଲି ସେ ଆହ୍ୱାନ ଦେଇଥିଲେ।