କୁଜଙ୍ଗ , 30/03/2025, ଉତ୍କଳ voice news - utkalvoicenews.com
କୁଜଙ୍ଗ ବ୍ଲକ ଆନୁକୂଲ୍ୟରେ ବ୍ଲକ ପଡିଆ ଠାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରଥମ ପର୍ଯ୍ୟାୟ ରେ 82 ଜଣ ହିତାଧିକାରୀଙ୍କୁ ଏହି ଯୋଜନା ମାଧ୍ୟମରେ ଗୃହ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି l ଏଥିମଧ୍ୟରୁ 11 ଜଣ ଦୁରାରୋଗ୍ୟ ବ୍ୟାଧିରେ ପୀଡିତ, 38 ଜଣ ଭିନ୍ନକ୍ଷମ, 26 ଜଣ ବିଧବା ମହିଳା, 7 ଜଣ ସମ୍ପୂର୍ଣ୍ଣ ଘରପୋଡି ଯାଇଥିବା ହିତାଧିକାରୀ ବୋଲି ଚିହ୍ନଟ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ପଞ୍ଚାୟତ ସମିତି ଅଧକ୍ଷା ନିନାରାଣୀ ସାହୁ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଙ୍କ ବ୍ଲକ ପ୍ରତିନିଧି ଶ୍ରୀ ଦିଲ୍ଲୀପ କୁମାର ବେହେରା, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରଶାନ୍ତ କୁମାର ଜେନା ଙ୍କ ଉପସ୍ଥିତିରେ ମଣ୍ଡଳ ଉନ୍ନୟନ ଅଧିକାରୀ, ବିକାଶ କୁମାର ମହାନ୍ତି 82 ଜଣ ଚିହ୍ନଟ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନା ର କାର୍ଯ୍ୟାଦେଶ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ମଣ୍ଡଳ ପ୍ରକଳ୍ପ ସଂଯୋଜକ ଜିତେନ୍ଦ୍ରିୟ ରାଉତ ପରିଚାଳନା କରିଥିଲେ l