ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କଳିଙ୍ଗ ବାଲିଯାତ୍ରା ପାଇଁ ଆରମ୍ଭ ହେଲା ପ୍ରସ୍ତୁତି , ଅନୁଷ୍ଠିତ ହେଲା ଭୂମି ପୂଜନ

ପାରାଦ୍ୱୀପ, 06/11/2026, ଉତ୍କଳ voice news - utkalvoicenews.com( ପାରାଦ୍ୱୀପରୁ ସୁମିତ୍ରା ସେନାପତିଙ୍କ ରିପୋର୍ଟ ) :
Article Image
ତାରିଖ – ୦୫/୧୧/୨୦୨୬ : ପାରାଦ୍ୱୀପ ବେଳାଭୂମିରେ ଆୟୋଜିତ ହେବାକୁ ଥିବା କଳିଙ୍ଗ ବାଲିଯାତ୍ରା-୨୦୨୬ ପାଇଁ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି ପ୍ରସ୍ତୁତି ପର୍ବ। ଏହି ଅବସରରେ ନଭେମ୍ବର ୫ ତାରିଖରେ ପାରାଦ୍ୱୀପ ବେଳାଭୂମି ପରିସରରେ ବୈଦିକ ରୀତିନୀତି ଅନୁଯାୟୀ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କଳିଙ୍ଗ ବାଲିଯାତ୍ରା କମିଟି, ପାରାଦ୍ୱୀପ ପକ୍ଷରୁ ଆୟୋଜିତ ଏହି ଭୂମି ପୂଜନ କାର୍ଯ୍ୟକ୍ରମରେ ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍) ଶ୍ରୀ ସୁଜିତ ନିରଞ୍ଜନ ବେହେରା, ପାରାଦ୍ୱୀପ ପୌରପାଳିକାର ନିର୍ବାହୀ ଅଧିକାରୀ ଶ୍ରୀ ଅଭିଷେକ ପଣ୍ଡା ଏବଂ ପୌରପାଳିକା ଅଧ୍ୟକ୍ଷ ଶ୍ରୀ ସୁଜିତ ବସନ୍ତ କୁମାର ବିଶ୍ୱାଳଙ୍କ ସମେତ ପୌରପାଳିକାର ଅନ୍ୟାନ୍ୟ କର୍ମକର୍ତ୍ତା ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ। ଅତିଥିମାନେ ପାରମ୍ପରିକ ପୂଜାର୍ଚ୍ଚନାରେ ସାମିଲ ହୋଇ ଆଗାମୀ ବାଲିଯାତ୍ରାର ସଫଳତା କାମନା କରିଥିଲେ।
Article Image
ପାରାଦ୍ୱୀପର ଐତିହ୍ୟ, ସଂସ୍କୃତି ଓ ସାମୁଦ୍ରିକ ବାଣିଜ୍ୟ ପରମ୍ପରାର ପ୍ରତୀକ ଭାବେ କଳିଙ୍ଗ ବାଲିଯାତ୍ରାର ସ୍ୱତନ୍ତ୍ର ପରିଚୟ ରହିଛି। ଏହି ଉତ୍ସବ ମାଧ୍ୟମରେ ସ୍ଥାନୀୟ କଳା, ସଂସ୍କୃତି, ପରମ୍ପରା ଓ ବାଣିଜ୍ୟିକ କାର୍ଯ୍ୟକଳାପକୁ ଅଧିକ ପ୍ରୋତ୍ସାହନ ମିଳିବ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ। କମିଟିର କର୍ମକର୍ତ୍ତା ଓ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ଚଳିତ ବର୍ଷର କଳିଙ୍ଗ ବାଲିଯାତ୍ରାକୁ ସୁନ୍ଦର ଓ ଆକର୍ଷଣୀୟ ଭାବେ ଆୟୋଜନ କରିବା ପାଇଁ ପ୍ରସ୍ତୁତି ଚାଲିଛି। ଭୂମି ପୂଜନ ସହିତ ଏହି ଐତିହାସିକ ଓ ସାଂସ୍କୃତିକ ଉତ୍ସବକୁ ନେଇ ପାରାଦ୍ୱୀପବାସୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।
Article Image
10