ଏରସମା, 30/03/2025, ଉତ୍କଳ voice news - utkalvoicenews.com

ଏରସମା ବ୍ଳକ ଜପା କାଳିଆବୁଦା ଗାଦିବ୍ରହ୍ମ ହାଇସ୍କୁଲର ରୌପ୍ୟ ଜୟନ୍ତୀ ଉତ୍ସବ ପାଇଁ ଚୁଡାନ୍ତ ପ୍ରସ୍ତୁତି ବୈଠକ ରବିବାର ପୂର୍ବାହ୍ନରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି।କାଳିଆବୁଦା ଗାଦିବ୍ରହ୍ମ ହାଇସ୍କୁଲର ପୁରାତନ ଓ ନୂତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ "ରୌପ୍ୟ ଜୟନ୍ତୀ" ପାଳନ ଆସନ୍ତା ମଇ ମାସ ୩ ଓ ୪ତାରିଖରେ ଦୁଇଦିନ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ହେବ ସ୍ଥିର କରାଗଲା। ଏହି ସମାରୋହରେ ମାନ୍ୟବର ରାଜ୍ୟପାଳ, ମାନ୍ୟବର ସାଂସଦ,ମାନ୍ୟବର ବାଲିକୁଦା ଏରସମା ବିଧାୟକ,ଜିଲ୍ଲା ପୋଲିସ ଅଧିକାରୀ ମହାମାନ୍ୟ ଅତିଥି ଉପସ୍ଥିତ ହେବାର ପ୍ରସ୍ତାବ ରହିଛି। ଏଥି ସହିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ, ଶୋଭେନିୟର ମୁଖପତ୍ର ପ୍ରକାଶ ପାଇବ।କେ.ଜି ହାଇସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀ ଏଥିରେ ସହଯୋଗ କରିବାକୁ ସଭାପତି ଗୁରୁପ୍ରସାଦ ସମରେନ୍ଦ୍ର ତ୍ରିପାଠି ନିବେଦନ କରିଛନ୍ତି।ଆଜିର ଚୁଡାନ୍ତ ବୈଠକରେ ଅନିଲ କୁମାର ଗଛାୟତ, ସଚିତ୍ରାନନ୍ଦ ଦାସ, ଗଜେନ୍ଦ୍ର ବେହେରା, ସଞ୍ଜୟ କୁମାର ବେହେରା, ପ୍ରଦୀପ୍ତ କିଶୋର ସ୍ୱାଇଁ, ପ୍ରଶାନ୍ତ କୁମାର ମହାନ୍ତି, ବସନ୍ତ କୁମାର ପାଇଟାଳ,କିଶୋର ମହାନ୍ତି,ସଞ୍ଜୟ ମୁଦୁଲି, ବିନାୟକ ପ୍ରସନ୍ନ ଲେଙ୍କା, ଲିଲି ଜେନା, ପ୍ରବନ୍ତିକା ପାଇଟାଳ, ପ୍ରସନ୍ନ ଲେଙ୍କା,ରୀନା ପଣ୍ଡିତ,ନିତ୍ୟାନନ୍ଦ ମହାନ୍ତି,ସଂଗ୍ରାମ ରାଉତ,ଦେବେନ୍ଦ୍ର ପାଇଟାଳ, ଅଶୋକ ସ୍ୱାଇଁ,ପ୍ରମୁଖ ଉପସ୍ଥିତ ଥିଲେ।
....