ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମହାନଦୀରେ ରୋମାଞ୍ଚକର ରିଭର ରାଫ୍ଟିଂ, ଭଟ୍ଟାରିକାରୁ ପାରାଦୀପ ଯାତ୍ରା ସମ୍ପନ୍ନ

ପାରାଦୀପ, 07/11/2026, ଉତ୍କଳ voice news - utkalvoicenews.com( ପାରାଦୀପରୁ ସୁମିତ୍ରା ସେନାପତିଙ୍କ ରିପୋର୍ଟ ) :
Article Image
ତାରିଖ – ୦୬/୧୧/୨୦୨୬ : ଓଡ଼ିଶାରେ ସାହସିକ କ୍ରୀଡ଼ା ଓ ଜଳଭିତ୍ତିକ ପର୍ଯ୍ୟଟନର ପ୍ରସାର ଦିଗରେ ରାଜ୍ୟ ସରକାରଙ୍କ ଏକ ଅଭିନବ ପଦକ୍ଷେପ ସ୍ୱରୂପ ମହାନଦୀରେ ଆୟୋଜିତ ହୋଇଛି ‘ମହାନଦୀ ରିଭର ରାଫ୍ଟିଂ-୨୦୨୬’। ଭଟ୍ଟାରିକାରୁ ପାରାଦୀପ ପର୍ଯ୍ୟନ୍ତ ଦୀର୍ଘ ଜଳପଥରେ ଆୟୋଜିତ ଏହି ସାହସିକ ଅଭିଯାନରେ ୧୦ଟି ଜିଲ୍ଲାର ୬୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।
Article Image
ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ନ୍ୟାସନାଲ ଆଡଭେଞ୍ଚର ଫାଉଣ୍ଡେସନ୍‌ର ଓଡ଼ିଶା ଶାଖାର ମିଳିତ ଆନୁକୂଲ୍ୟରେ ଏହି ବୃହତ୍‌ ସାହସିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଗତ ଅକ୍ଟୋବର ୩୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଜଳଯାତ୍ରା ନଭେମ୍ବର ୭ ତାରିଖରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି। ମହାନଦୀର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଜଳସ୍ରୋତ ମଧ୍ୟରେ ରାଫ୍ଟରମାନେ ନିଜର ସାହସ, ଧୈର୍ଯ୍ୟ ଓ ଦଳଗତ ସମନ୍ୱୟର ପରିଚୟ ଦେଇଥିଲେ। ଏହି ଅଭିଯାନ ସ୍ଥାନୀୟ ଅଞ୍ଚଳରେ ଉତ୍ସାହ ସୃଷ୍ଟି କରିବା ସହ ସାହସିକ କ୍ରୀଡ଼ା ପ୍ରତି ଯୁବପିଢ଼ିଙ୍କ ଆଗ୍ରହ ବୃଦ୍ଧିରେ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଛି।
Article Image
ରାଜ୍ୟରେ ନଦୀଭିତ୍ତିକ ପର୍ଯ୍ୟଟନର ବିକାଶ, ଯୁବପିଢ଼ିଙ୍କ ମଧ୍ୟରେ ସାହସିକତା ଓ ଏକତାର ମନୋଭାବ ସୃଷ୍ଟି କରିବା ସହ ଓଡ଼ିଶାକୁ ସାହସିକ କ୍ରୀଡ଼ାର ଏକ ପ୍ରମୁଖ ଗନ୍ତବ୍ୟସ୍ଥଳ ଭାବେ ପରିଚିତ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ମହାନଦୀରେ ଏଭଳି ଆୟୋଜନ ରାଜ୍ୟର ପର୍ଯ୍ୟଟନ ଓ କ୍ରୀଡ଼ା କ୍ଷେତ୍ରକୁ ନୂଆ ସମ୍ଭାବନା ଦେବ ବୋଲି ଆଶା କରାଯାଉଛି।
21