ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶିଶୁ ଶ୍ରମିକ ନିବାରଣ ସଚେତନତା ଶିବିର ଅନୁଷ୍ଟିତ

ଯାଜପୁର, 07/11/2026, ଉତ୍କଳ voice news - utkalvoicenews.com ( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
Article Image
ତା - ୭/୧୧/୨୦୨୬ : ବଡଚଣା ବ୍ଲକ ଅନ୍ତର୍ଗତ ବୈରୀ ସରକାରୀ ଉଚ୍ଚ ବିଦ୍ୟାଳୟର ରେ ବ୍ଲକ୍ ସ୍ତରୀୟ ଶିଶୁ ଶ୍ରମିକ ନିବାରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟ କ୍ରମରେ ବ୍ଲକ୍ ର ୧୮ ଗୋଟି କ୍ଲଷ୍ଟର ରୁ ପ୍ରାୟ ୫୭ ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ଭାଗନେଇ ଥିଲେ। ରାଜ୍ୟରେ ୪୪ ଦିନିଆ ଶିଶୁ ଶ୍ରମିକ ମୁକ୍ତ ଗ୍ରାମ୍ୟ ଗଠନ ଏହି କାର୍ଯ୍ଯକ୍ରମ ର ମୂଳ ଲକ୍ଷ୍ୟ ବୋଲି କହିଥିଲେ। ଛାତ୍ର ଛାତ୍ରୀ ମାନେ ଚିତ୍ରାଙ୍କନ, ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତା ରେ ଭାଗ ନେଇ ଥିଲେ। ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ ୧୫୦୦ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଙ୍କୁ ୧୦୦୦ ଓ ତୃତିୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଙ୍କୁ ୫୦୦ ଟଙ୍କା ପୁରସ୍କାର ଓ ପ୍ରମାଣ ପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା । ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀ ଙ୍କୁ ପ୍ରମାଣ ପତ୍ର ସହ ଟ୍ରଫି ମଧ୍ୟ ପ୍ରଦାନ କରାଯାଇଥିଲା ସମ୍ମାନୀତ ଅତିଥି ଭାବେ ବଡ଼ଚଣା ସହ କାରୀ ଶ୍ରମ ଅଧିକାରୀ ଅଭିଜିତ ଜୟ ପ୍ରକାଶ ପ୍ରଧାନ ଯୋଗ ଦେଇ ଶିଶୁ ମାନେ ହେଉଛନ୍ତି ଦେଶର ଭବିଷ୍ୟତ, ସେମାନଙ୍କ ସୁରକ୍ଷା ଓ ପୂର୍ଣ୍ଣାଙ୍ଗ ବିକାଶ ପାଇଁ ସମାଜରେ ପ୍ରତ୍ୟେକ ବ୍ୟକ୍ତି ସଚେତନ ହେବା ଉଚିତ୍ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅ ତିଥି ଭାବେ ବ୍ଲକ୍ ଶିକ୍ଷା ଅଧିକାରିଣୀ ଲୋପା ମୁଦ୍ରା ରାଉତ ରାୟ ଓ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ପ୍ରଜ୍ଞା ପରମିତା ନାୟକ ଯୋଗ ଦେଇ ଥିଲେ। ସୂଚନା ଥାଉକି, ଏହି କାର୍ଯ୍ୟ କ୍ରମ ହଠାତ୍ ହୋଇଥିବା ଜଣାପଡ଼ିଛି। ବହୁ ସ୍କୁଲର ପ୍ରତିଭାବାନ ଛାତ୍ର ଛାତ୍ରୀ ମାନେ ହଠାତ୍ ଗତକାଲି ରାତିରେ ଖବର ପାଇଲେ ବୋଲି କହିଛନ୍ତି।ଏକାଧିକ ସ୍କୁଲ କୁ ମଧ୍ୟ କାର୍ଯ୍ୟକ୍ରମ ସଂପର୍କରେ ବହୁ ବିଳମ୍ବରେ ଅବଗତ କରା ଯାଇ ଥିବାରୁ ବହୁ ସ୍କୁଲ ର ଛାତ୍ର ଛାତ୍ରୀ ମାନେ ବାଦ୍ ପଡ଼ିଥିବା ରୁ ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ ପାଇଛି। ଖାଲି ସେତିକି ନୁହେଁ ପ୍ରତିଯୋଗିତାରେ ଭାଗ ନେଇ ଥିବା କିଛି ଅଭିଭାବକ ମାନେ କାର୍ଯ୍ୟକ୍ରମକୁ ନେଇ ବୈରୀ ସି ଆର ସି ସି ଙ୍କ ଉପରେ କ୍ଷୋଭ ପ୍ରକାଶ କରିଥିବା ବେଳେ କେତେକ ଅଭିଭାବକ ଖୁସି ପ୍ରକଟ କରିଥିଲେ।
15