କୁଜଙ୍ଗ / ଦୁଆଡିଆ, 08/11/2026, ଉତ୍କଳ voice news - utkalvoicenews.com

ଦୁଆଡିଆ ଅବସ୍ଥିତ ରଜନୀଦେବୀ ଜରାଶ୍ରମରେ ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ଅନୁଷ୍ଠାନ "ଦୋସ୍ତି " ପକ୍ଷରୁ ନିଆରା ଧରଣର ଦୀପାବଳୀ ଉତ୍ସବ ପାଳନ ହୋଇଥିଲା l ଏହି ଉତ୍ସବରେ ଦୋସ୍ତି ପକ୍ଷରୁ ଟି ଭି, ଫ୍ରିଜ, ୱାସିଂ ମେସିନ, ଷ୍ଟାଣ୍ଡ ଫ୍ୟାନ ଓ ରାସନ ସାମଗ୍ରୀ ଯୋଗାଇଦିଆଯିବାବେଳେ ଜରାଶ୍ରମ ଅଧ୍ୟକ୍ଷl ଆଇନଜୀବୀ ମଞ୍ଜୁଲତା ରାଉତ ମଧ୍ୟାହ୍ନ ଭୋଜନ ଦେଇ ସମସ୍ତଙ୍କୁ ଆପ୍ୟାୟିତ କରିଥିଲେ l ଦୀର୍ଘ ଆଠ ବର୍ଷଧରି ଦୋସ୍ତି ପକ୍ଷରୁ ଦୀପାବଳୀ ଦିନ ବିଭିନ୍ନ ଆଶ୍ରମର ଆବଶ୍ୟକତା ପୂରଣ କରାଯାଉଥିବାବେଳେ ଚଳିତ ବର୍ଷ ଶିଳନ୍ଦୀ ରଜମହୋତ୍ସବ କମିଟି ସମ୍ପାଦକ ସଂଗ୍ରାମ କେଶରୀ ସ୍ବାଇଁଙ୍କ ତତ୍ତ୍ୱlବଧାନରେ ଏସବୁ ଉପକରଣ ପହଞ୍ଚିବା ସମ୍ଭବ ହୋଇଛି l ଆହୁରି ମଧ୍ୟ ଭୁବନେଶ୍ୱର ସଂଜୀବନୀ ଶେଷଠିକଣା ବୃଦ୍ଧlଶ୍ରମରେ ଦୋସ୍ତି ଏକଲକ୍ଷ ଅର୍ଥରାଶିର ଉପକରଣ ଯୋଗାଇ ଦେଇଛି l ଏକଶତରୁ ଉର୍ଦ୍ଧ୍ଵ ଯୁବ ସମାଜସେବୀ ମିଳିତ ହୋଇ ଏହି ନିଆରା କାର୍ଯ୍ୟକ୍ରମ ପାଳନ କରିଆସୁଛନ୍ତି l ତାଙ୍କ ସହ ସହାୟତା କରିଥିଲେ ସୁଶ୍ରୀ ଶୁଭଶ୍ରୀ ସମ୍ପାଦିକା ଡ଼ଃ ବସନ୍ତ ମଞ୍ଜରୀ ଦାସ, ରଜମହୋତ୍ସବ ସଭାପତି ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ସାହୁ, ଆଇନଜୀବୀ ପ୍ରଭାତ କୁମାର ବହିରା, ପ୍ରେମ ଚରଣ ରାଉତ, ସତ୍ୟବ୍ରତ ନାୟକ ପ୍ରମୁଖ l ଦୋସ୍ତି ଅନୁଷ୍ଠାନ ପ୍ରମୁଖ ସଦସ୍ୟ ରଞ୍ଜନ କୁମାର ରଣା, ଗଣେଶ ସ୍ୱାଇଁ, ବଳରାମ ପଲାଇ, ସତ୍ୟ ରଞ୍ଜନ ନାୟକ ପ୍ରମୁଖ ଅନ୍ତେବାସୀ ମାନଙ୍କୁ ମିଷ୍ଟାନ୍ନ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଆଇନଜୀବୀ ମଞ୍ଜୁଲତା ରାଉତଙ୍କର ଏହି ଉତ୍ସର୍ଗୀକୃତ ମନୋଭାବକୁ ଉଚ୍ଚ ପ୍ରଶଂସା କରିଥିଲେ l ରାଉତ ମହୋଦୟା ମଧ୍ୟ ଦୋସ୍ତି ସହ ଦୋସ୍ତି କରିବାର ପ୍ରତିଶ୍ରୁତି ପ୍ରଦାନ କରିଥିଲେ l