କୁଜଙ୍ଗ , 30/03/2025, ଉତ୍କଳ voice news - utkalvoicenews.com
କୁଜଙ୍ଗ ବ୍ଲକ୍ କୁଜଙ୍ଗ ଯାମା ମସଜିଦରେ ଧୁମଧାମରେ ଇଦୁଲ ଫିତର ପର୍ବ ପାଳିତ ହୋଇଛି।ସମସ୍ତ ସାହି ଅଞ୍ଚଳରେ ତୋରଣ ନିର୍ମାଣ ସହିତ ଆକର୍ଷଣୀୟ ସାଜସଜ୍ଜା କରାଯାଇଛି। ସୋମବାର ସକାଳେ ମୁସଲିମ ସମ୍ପ୍ରଦାୟର ଭାଇମାନେ ନବବସ୍ତ୍ର ପରିଧାନ କରି ମସଜିଦରେ ସମୂହ ନମାଜ ପାଠ କରିଥିଲେ।ନମାଜ ପାଠପରେ ସମୂହ ପିତ୍ରୃପୁରୁଷଙ୍କ ସମାଧି ସ୍ଥଳରେ ପହଞ୍ଚି ପ୍ରାର୍ଥନା କରିଥିଲେ।ମସଜିଦ ନିକଟକୁ ଫେରି ମିଠାଖାଇ ପରସ୍ପରକୁ ଆଲିଙ୍ଗନ କରି ଇଦ୍ ମୁବାରକ ଜଣାଇଥିଲେ । ସମସ୍ତ ଗାଡି ଚାଳକ ,ପଥଚାଳକ ମାନଙ୍କୁ ପାନୀୟ ଜଳ ଦାନ କରିଥିଲେ। ବରିଷ୍ଠ ଆଇନଜୀବି ଶୁଶାନ୍ତ କୁମାର ପଟ୍ଟନାୟକ କୁଜଙ୍ଗ ମୁସଲମାନ ଭାଇମାନଙ୍କ ସହିତ ମିଶି ଇଦୁଲ ଫିତର ପର୍ବ ପାଳନ କରିଥିଲେ।କୁଜଙ୍ଗ ମୁସଲମାନ ବସ୍ତିର ସର୍ଦ୍ଦାର ସେକ୍ ଓ୍ବ।ସକ୍ ଉଲ୍ଲା, ତଜମୁଲ୍ ହୁସେନ୍ ମଲ୍ଲିବ୍,କଲ୍ଲିମ୍ ଉଲ୍ଲା,ସମ୍ ସୁଦ୍ଦିନ୍ ଖାଁ,ଅବଦ୍ଦୁଲ୍ଲା ଖାଁ, ନିଆଜ୍ ଖାଁ, ସଲିମ୍ ଖାଁ, ମହମ୍ମଦ ସିରାଜ ଉଦ୍ଦିନ୍, ମହମ୍ମଦ ନିଜା ମୁଦ୍ଦିନ୍, ଇସୁଫ୍ ଅଲ୍ଲି ,ଫିରୋଜ ଖାଁ,ସେହବାଜ୍ ଖାଁ ପ୍ରମୁଖ ଗରିବ ଲୋକମାନଙ୍କୁ ଫଳ,ବିସ୍କୁଟ ଓ ନୂଆବସ୍ତ୍ର ବଣ୍ଟନ କରିଥିଲେ।