ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନୂଆଗାଁରେ ଧୁମ୍‌ଧାମରେ ପାଳିତ ୩୮ତମ ସାର୍ବଜନୀନ ମା’ କାଳୀପୂଜା

ଏରସମା / ନୂଆଗାଁ, 09/11/2026, ଉତ୍କଳ voice news - utkalvoicenews.com( ଏରସମାରୁ ଅଂଶୁମାନ ମିଶ୍ରଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ ଅନ୍ତର୍ଗତ ନୂଆଗାଁଠାରେ ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି ୩୮ତମ ସାର୍ବଜନୀନ ମା’ କାଳୀପୂଜା। ସାର୍ବଜନୀନ କାଳୀପୂଜା କମିଟି ପକ୍ଷରୁ ଆୟୋଜିତ ଏହି ପୂଜା ମହୋତ୍ସବକୁ ନେଇ ସମଗ୍ର ଅଞ୍ଚଳରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି। ଏହି ଅବସରରେ ପୂଜା ମଣ୍ଡପ ନିକଟରୁ ବାଜା, ବାଣ, ଘଣ୍ଟ, ଘଣ୍ଟି, ହରିବୋଲ ଓ ହୁଳହୁଳି ଧ୍ୱନି ମଧ୍ୟରେ ଏକ ଭବ୍ୟ କଳସ ଶୋଭାଯାତ୍ରା ବାହାରି ଜଟାଧାର ମୁହାଣ ନିକଟରେ ପହଞ୍ଚିଥିଲା। ସେଠାରେ ପୂଜାର କର୍ତ୍ତା ରମେଶ ଚନ୍ଦ୍ର ସ୍ୱାଇଁ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ। ପାରମ୍ପରିକ ରୀତିନୀତି ଓ ଭକ୍ତିମୟ ପରିବେଶ ମଧ୍ୟରେ ପୂଜା ଆରମ୍ଭ ହୋଇଥିଲା। ଏହି ପବିତ୍ର ଅବସରରେ ଯୁବ ପ୍ରତିଭା, ଶିଳ୍ପ ଉଦ୍ୟୋଗୀ ତଥା ସମାଜସେବୀ ରଶ୍ମି ରଞ୍ଜନ ଦାସ ଯୋଗଦେଇ ଦୀପାବଳି ଉପଲକ୍ଷେ ଅଞ୍ଚଳବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ପାଞ୍ଚଦିନ ବ୍ୟାପୀ ଆୟୋଜିତ ଏହି ପୂଜା ମହୋତ୍ସବରେ ପ୍ରତ୍ୟେକ ସନ୍ଧ୍ୟାରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆସୁଥିବା କଳାକାରମାନଙ୍କୁ ନେଇ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏହା ମାଧ୍ୟମରେ ଭକ୍ତି, କଳା ଓ ସଂସ୍କୃତିର ଏକ ସୁନ୍ଦର ସମନ୍ୱୟ ଦେଖିବାକୁ ମିଳିବ ବୋଲି ସାର୍ବଜନୀନ କାଳୀପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି।
13