ଏରସମା, 31/03/2025, ଉତ୍କଳ voice news - utkalvoicenews.comଏରସମା ବ୍ଲକ୍ ଅନ୍ତର୍ଗତ ଚଟୁଆ ମୁସଲିମ ପଡ଼ାରେ ଧୁମଧାମରେ ଇଦୁଲ ଫିତର ପର୍ବ ପାଳିତ ହୋଇଛି।ସମସ୍ତ ସାହି ଅଞ୍ଚଳରେ ତୋରଣ ନିର୍ମାଣ ସହିତ ଆକର୍ଷଣୀୟ ସାଜସଜ୍ଜା କରାଯାଇଛି। ସୋମବାର ସକାଳେ ମୁସଲିମ ସମ୍ପ୍ରଦାୟର ଭାଇମାନେ ନବବସ୍ତ୍ର ପରିଧାନ କରି,ମସଜିଦରେ ସମୂହ ନମାଜ ପାଠ କରିଥିଲେ।ନମାଜ ପାଠପରେ ସମୂହ ପିତ୍ରୃପୁରୁଷଙ୍କ ସମାଧି ସ୍ଥଳରେ ପହଞ୍ଚି ପ୍ରାର୍ଥନା କରିଥିଲେ।ମସଜିଦ ନିକଟକୁ ଫେରି ମିଠାଖାଇ ପରସ୍ପରକୁ ଆଲିଙ୍ଗନ କରି ଇଦ୍ ମୁବାରକ ଜଣାଇଥିଲେ।ଏହି ଅବସରରେ କୁଜଙ୍ଗ ଥାନା ସବ୍ ଇନ୍ସପେକ୍ଟର ଅଜୟ ସିଂ ଖଣ୍ଡଗିରିଙ୍କ ସହିତ କୁଜଙ୍ଗ ଥାନା କର୍ମଚାରୀମାନେ ଚଟୁଆ ମୁସଲମାନ ବସ୍ତିର ଇଦୁଲ ଫିତର ପର୍ବରେ ଯୋଗଦେବା ସହିତ ଶାନ୍ତି ଶୃଙ୍ଖଳାର ସହିତ ପର୍ବ ଟିକୁ ପାଳନ କରିବାକୁ ପ୍ରୋତ୍ସାହିତ କରିଥିଲେ।ଚଟୁଆ ମୁସଲମାନ ବସ୍ତିର ସର୍ଦ୍ଦାର ମଙ୍ଗୁ ଖାଁ,ଏସ୍ କେ ସମିରୁଦ୍ଦିନ,ହଲିମ ଖାଁ,ସମିର ଉଲ୍ଲା ଖାଁ,ସନୁଆର ଖାଁ,ସିରାରେ ଉଦିନ,କାଦିର ଖାଁ,ଗୁଲାମ ଖାଁ,ରାଜା ଖାଁ, ଇସଲାମ ଖାଁ ,ଫଜୁର ରେହମାନ୍,ଇସାକ଼ ଉଦ୍ଦିନ୍ ଓ ଜମିଲ ଖାଁ ପ୍ରମୁଖ ଗରିବ ଲୋକମାନଙ୍କୁ ଫଳ,ବିସ୍କୁଟ ଓ ନୂଆବସ୍ତ୍ର ବଣ୍ଟନ କରିଥିଲେ।