ତିର୍ତ୍ତୋଲ, 09/11/2026, ଉତ୍କଳ voice news - utkalvoicenews.com( ତ୍ରୁପ୍ତି ରଂଜନ ମହାନ୍ତି ଙ୍କ ରିପୋର୍ଟ ) :
_1794242530.jpg)
ତା - ୯/୧୧ - ବିଭିନ୍ନ ଜନସମସ୍ୟା ଓ ବ୍ଲକ ପ୍ରଶାସନର କାର୍ଯ୍ୟଶୈଳୀକୁ ନେଇ ସୋମବାର ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛି କଂଗ୍ରେସ। ସକାଳ ୧୧ଟାରୁ ଆରମ୍ଭ ହୋଇଥିବା ଏହି ଘେରାଉ କାର୍ଯ୍ୟକ୍ରମରେ ତିର୍ତ୍ତୋଲ ବ୍ଲକ ଅଧୀନ ୨୯ଟି ପଞ୍ଚାୟତରୁ ୧୫୦୦ରୁ ଊର୍ଦ୍ଧ୍ୱ କଂଗ୍ରେସ କର୍ମୀ ଓ ସମର୍ଥକ ଯୋଗଦେଇଥିଲେ।
ବ୍ଲକ କଂଗ୍ରେସ ସଭାପତି ସଫି ଆଜମଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଘେରାଉ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ଲଲାଟେନ୍ଦୁ ମହାପାତ୍ର,ବାସୁଦେବପୁର ବିଧାୟକ ଅଶୋକ ଦାସ,ଜିଲ୍ଲା ସଭାପତି ଦେବୀପ୍ରସାଦ ଦାସ, ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ, ଜିଲ୍ଲା ପ୍ରଭାରୀ ବିଶ୍ୱଜିତ ଦାସ, ଉପପ୍ରଭାରୀ ମାନସ କର ଓ ନାୟକ ପ୍ରମୁଖ ଯୋଗଦେଇଥିଲେ।ବ୍ଲକର ସମସ୍ତ ଉପସଭାପତି,ପ୍ରତି ପଂଚାୟତର ପଦାଧିକାରୀ ଯୋଗ ଦେଇଥିଲେ। ଏହି ଅବସରରେ ତିର୍ତ୍ତୋଲ ବ୍ଲକର ବିଭିନ୍ନ ପଞ୍ଚାୟତରେ ରାସ୍ତାଘାଟ, ପାନୀୟ ଜଳ, ଆବାସ ଯୋଜନା, ଭତ୍ତା ଓ ଅନ୍ୟାନ୍ୟ ଜନକଲ୍ୟାଣମୂଳକ ଯୋଜନାରେ ଦେଖାଦେଇଥିବା ସମସ୍ୟାକୁ ନେଇ କଂଗ୍ରେସ ନେତାମାନେ ସ୍ୱର ଉତ୍ତୋଳନ କରିଥିଲେ। ସାଧାରଣ ଲୋକଙ୍କ ନ୍ୟାଯ୍ୟ ଦାବି ପୂରଣ ଓ ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦଳ ପକ୍ଷରୁ ଦାବି କରାଯାଇଥିଲା।୨୯ଟି ପଞ୍ଚାୟତର କର୍ମୀଙ୍କ ଏକାଠି ହେବା ଏହି ଘେରାଉ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା।