ଯାଜପୁର, 10/11/2026, ଉତ୍କଳ voice news - utkalvoicenews.com ( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :

ତା - ୧୦/୧୧/୨୦୨୬ : ଆଲୋକ ର ପର୍ବ ଦୀପାବଳି। ଏହି ଉତ୍ସବ ରେ ବଡଚଣା ବ୍ଲକ ବୈରୀ ଓ ଉପୁଳା ମଧ୍ୟସ୍ଥଳରେ ଅବସ୍ଥି ମା ଦକ୍ଷିଣ କାଳୀଙ୍କ ମନ୍ଦିରରେ ପ୍ରତି ବର୍ଷ ପରି ଚଳିତ ବର୍ଷ ନଭେମ୍ବର ମାସ ୬ ତାରିଖ ଶୁକ୍ରବାର ଠାରୁ ଆରମ୍ଭ ହୋଇ ୮ ତାରିଖ ରବିବାର ଦିନ ତ୍ରି ଦିବସ ବ୍ୟାପୀ ଚାଲିଥିବା ଯଜ୍ଞର ପୂର୍ଣ୍ଣାହୁତି ପର୍ବ ସନ୍ଧ୍ୟାରେ ସମାପନ ହୋଇଯାଇଛି। ସାଇ ପ୍ରତିଭା ସିଦ୍ଧାଶ୍ରମ ମୁଖ୍ୟ,ମ୍ୟାନେଜିଙ୍ଗ ଟ୍ରଷ୍ଟି ତଥା କର୍ତ୍ତା ରଶ୍ମି ରଞ୍ଜନ ମହାପାତ୍ର ସମର୍ପିତ ଭାବେ ମଣ୍ଡପରେ ଉପବେଶନ କରି ନିଜର କର୍ମ ସୁଚାରୁରୂପେ ସମ୍ପାଦନା କରିଥିଲେ।ଏହି ଯଜ୍ଞରେ ଆଶ୍ରମର ପରିଚାଳକ ବାବା ମଥୁରାନନ୍ଦ ମହାପାତ୍ର, ସ୍ମୃତିରଞ୍ଜନ ନାୟକ, ରମେଶ ବେହେରା, ଅତୁଲ୍ୟ ଦାସ,ମହେନ୍ଦ୍ର ମହାନ୍ତି,ନିରଞ୍ଜନ ରାଉତ, ସ୍ମୃତିରଞ୍ଜନ ସାହୁ, ନୃସିଂହ ଚରଣ ଦଳାଇ, ୧୪ ଜଣ ଉପକର୍ତ୍ତା ଓ ଅନ୍ୟାନ୍ୟ ଭକ୍ତଙ୍କ ସହଯୋଗରେ ଏହି କାଯ୍ୟକର୍ମ ଅନୁଷ୍ଠିତ କରାଯାଇଛି। ଯଜ୍ଞର ରୀତିନୀତି ଅନୁସାରେ ଅଙ୍କୁରା ରୋପଣ, କଳସାଧିବାସ, ଗୋ ପୁଜା, ସୂର୍ଯ୍ୟ ପୁଜା, ଗୁରୁପୂଜା, ଧରିତ୍ରୀ ପୂଜା, ହନୁମାନ ଚାଳିଶା,ଅର୍ଘ୍ୟ ଦାନ ସମସ୍ତ କର୍ମ ସମ୍ପନ୍ନ ପରେ ଶେଷ ସନ୍ଧ୍ୟାରେ ପୂର୍ଣ୍ଣାହୁତି ପର୍ବ ଅନୁଷ୍ଠିତ ହୋଇଥିଲା।ଗତ ଦୁଇ ଦିନ ଧରି ମହାଯଜ୍ଞ ,ନାମ ସଂକୀର୍ତ୍ତନ ଓ ପ୍ରସାଦ ସେବନ ସହ ଭଜନ ସନ୍ଧ୍ୟା ଚାଲିଥିବା ବେଳେ ଆଜି ଯଜ୍ଞର ପୂର୍ଣ୍ଣାହୁତି ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବଡ଼ଚଣା ବ୍ଲକର ବହୁ ଗ୍ରାମର ଶହ ଶହ ଭକ୍ତ ଯୋଗଦାନ କରିଥିବା ଦେଖିବାକୁ ମିଳିଥିଲା।ପୂର୍ଣାହୁତି ପର୍ବରେ ବଡ଼ଚଣା ନିର୍ବାଚନ ମଣ୍ଡଳୀ ସମେତ ପଡୋଶୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ରାଜନୈତିକ ଦଳର ଛାମୁଆ ନେତା,ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଓ ବହୁ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ବହୁ ଭକ୍ତ,ଶ୍ରଦ୍ଧାଳୁ ଓ ଭଗବତ୍ ପ୍ରେମୀମାନେ ଯୋଗଦେଇ ମାଆଙ୍କ ଆଶିଷ କାମନା କରିଥିଲେ।ଏହି ଯଜ୍ଞରେ ବହୁ ସୁନାମଧନ୍ୟ ପଣ୍ଡିତ ଯଜ୍ଞ ମଣ୍ଡପରେ ରହି ଯଜ୍ଞ ପରିଚାଳନା କରିଥିଲେ। ଏହି ଯଜ୍ଞ ଚଳିତ ବର୍ଷ ଖୁବ୍ ଆକର୍ଷଣୀୟ ଢଙ୍ଗରେ ପରିଚାଳିତ ହୋଇଥିଲା।