ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜିଲ୍ଲାପାଳ ଓ ଏସ୍‌ପିଙ୍କ ଚଢ଼ାଉ ପରେ ତିର୍ତୋଲ ମେଡିସିନ୍‌ ଦୋକାନରେ କୋକୁଆଭୟ

ତିର୍ତୋଲ, 10/11/2026, ଉତ୍କଳ voice news - utkalvoicenews.com( ତୃପ୍ତି ରଂଜନ ମହାନ୍ତି ଙ୍କ ରିପୋର୍ଟ ) :
Article Image
ତା - ୧୦/୧୧ : ଜଗତସିଂହପୁର ଜିଲ୍ଲାରେ ଜିଲ୍ଲାପାଳ ଜେ. ସୋନାଲ ଓ ଏସ୍‌ପି ଅଙ୍କିତ ବର୍ମାଙ୍କ ଚଢ଼ାଉ ପରେ ତିର୍ତ୍ତୋଲ ଅଞ୍ଚଳର ମେଡିସିନ୍‌ ଦୋକାନଗୁଡ଼ିକରେ ଏବେ କୋକୁଆଭୟ ସୃଷ୍ଟି ହୋଇଛି। ଚଢ଼ାଉ ଭୟରେ ଔଷଧ ଦୋକାନୀମାନେ ଅଧିକ ସତର୍କ ହୋଇପଡ଼ିଛନ୍ତି। ବିନା ଡାକ୍ତରୀ ପ୍ରେସ୍‌କ୍ରିପ୍‌ସନ୍‌ରେ ଔଷଧ ବିକ୍ରି କରିବାକୁ ଦୋକାନୀମାନେ ଏଡ଼ାଇ ଚାଲିଥିବା ବେଳେ ଫାର୍ମାସିଷ୍ଟଙ୍କ ଉପସ୍ଥିତିକୁ ମଧ୍ୟ ଗୁରୁତ୍ୱ ଦେଉଛନ୍ତି।ପୂର୍ବରୁ କେତେକ ଔଷଧ ଦୋକାନରେ ଫାର୍ମାସିଷ୍ଟଙ୍କ ଅନୁପସ୍ଥିତିରେ ଔଷଧ ବିକ୍ରି ହେଉଥିବା ଅଭିଯୋଗ ରହିଥିଲା। ଜିଲ୍ଲାସ୍ତରୀୟ ଚଢ଼ାଉ ପରେ ଏବେ ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୋଇଛି । ତେବେ ତିର୍ତ୍ତୋଲ ସମସ୍ତ ଔଷଧ ଦୋକାନରେ ନିୟମିତ ଯାଞ୍ଚ ହେବା ସହ ଔଷଧ ବିକ୍ରି ନିୟମ ପାଳନ ହେଉଛି କି ନାହିଁ, ତାହା ଉପରେ ଔଷଧ ନିୟନ୍ତ୍ରଣ ବିଭାଗ ନଜର ଦେବାକୁ ଦାବି ହେଉଛି।
12