ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଯାଉଁଳିପୋଖରୀ ମଠରେ ଭକ୍ତିମୟ ପରିବେଶରେ ଗିରିଗୋବର୍ଦ୍ଧନ ପୂଜା ସମ୍ପନ୍ନ

ଢେଙ୍କାନାଳ, 11/11/2026, ଉତ୍କଳ voice news - utkalvoicenews.com(ଢେଙ୍କାନାଳରୁ ଶୁଭମ୍ ପାଣିଙ୍କ ରିପୋର୍ଟ) :
Article Image
ତାରିଖ: ୧୦/୧୧/୨୦୨୬ : ଢେଙ୍କାନାଳ ସହରର ସ୍ଥାନୀୟ ଯାଉଁଳିପୋଖରୀ ମଠ ପରିସରରେ ଶ୍ରୀ ଶ୍ରୀ ରଘୁନାଥଜୀଉଙ୍କ ପବିତ୍ର ଗିରିଗୋବର୍ଦ୍ଧନ ପୂଜା ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଶ୍ରଦ୍ଧା, ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏହି ଅବସରରେ ମଧ୍ୟାହ୍ନରେ ମଠ ପରିସରରେ କୁଞ୍ଜ ସଜ୍ଜା କରାଯାଇ ଶ୍ରୀଜୀଉଙ୍କୁ ବିରାଜମାନ କରାଯିବା ପରେ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ଠାକୁରଙ୍କ ନିକଟରେ ବିଭିନ୍ନ ପ୍ରକାରର ଫଳମୂଳ, ପିଠା, କ୍ଷୀରି ସମେତ ବିଭିନ୍ନ ସୁସ୍ୱାଦୁ ବ୍ୟଞ୍ଜନରେ ପ୍ରସ୍ତୁତ ଛପନ ଭୋଗ ଅର୍ପଣ କରାଯାଇଥିଲା। ପୂଜକ ଜଗନ୍ନାଥ ତ୍ରିପାଠୀ ପୂଜାକାର୍ଯ୍ୟ ସମ୍ପାଦନ କରିଥିବା ବେଳେ ମଠର ମହନ୍ତ ଶ୍ରୀ ପ୍ରଭୁପାଦ ଦାସଙ୍କ ତତ୍ତ୍ୱାବଧାନରେ ସମସ୍ତ ଧାର୍ମିକ ବିଧିବିଧାନ ସମ୍ପନ୍ନ ହୋଇଥିଲା। ଏହି ଆୟୋଜନରେ କମିଟିର ସଞ୍ଜୟ କୁମାର ଭଞ୍ଜ, ଶିବପ୍ରସାଦ ଦାସ, ଚିନ୍ମୟାନନ୍ଦ ନାଥଙ୍କ ସମେତ କମିଟିର ସମସ୍ତ କର୍ମକର୍ତ୍ତା ସକ୍ରିୟ ସହଯୋଗ କରିଥିଲେ। ପୂଜା ଅବସରରେ ସହରର ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଓ ଭକ୍ତ ମଠ ପରିସରରେ ଏକତ୍ରିତ ହୋଇ ଶ୍ରୀଜୀଉଙ୍କ ଦର୍ଶନ ଓ ପୂଜାର୍ଚ୍ଚନାରେ ସାମିଲ ହୋଇଥିଲେ। ଏଥିସହ ମଧ୍ୟାହ୍ନରେ ଭକ୍ତମାନେ ମହାପ୍ରସାଦ ସେବନ କରିଥିଲେ। ଭକ୍ତିମୟ ପରିବେଶ ଓ ସାମୂହିକ ସହଯୋଗ ମଧ୍ୟରେ ପୂଜା ଉତ୍ସବ ସୁଚାରୁରୂପେ ସମାପନ ହୋଇଥିଲା।
12