ଏରସମା, 11/11/2026, ଉତ୍କଳ voice news - utkalvoicenews.com( ଏରସମାରୁ ଅଂଶୁମାନ ମିଶ୍ରଙ୍କ ରିପୋର୍ଟ ) :

ତାରିଖ : ୧୦/୧୧/୨୦୨୬ : ଶିକ୍ଷା କ୍ଷେତ୍ରରେ ନିଷ୍ଠା, ସମର୍ପଣ ଓ ଉଲ୍ଲେଖନୀୟ ଅବଦାନର ସ୍ୱୀକୃତି ସ୍ୱରୂପ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଏରସମା ବ୍ଲକ ସିହା ଗ୍ରାମର ଶିକ୍ଷୟିତ୍ରୀ ପ୍ରଭାତୀ କୁମାରୀ ବିଶ୍ୱାଳ। ଏହି ସଫଳତା ତାଙ୍କ ପରିବାର ସମେତ ସିହା ଗ୍ରାମ ଓ ସମଗ୍ର ଏରସମା ଅଞ୍ଚଳ ପାଇଁ ଗୌରବ ଓ ଆନନ୍ଦର ବିଷୟ ପାଲଟିଛି।
ପ୍ରଭାତୀ କୁମାରୀ ବିଶ୍ୱାଳ ହେଉଛନ୍ତି ସିହା ଗ୍ରାମର ସ୍ୱର୍ଗତ ରାଜୀବ ଚରଣ ସ୍ୱାଇଁଙ୍କ ପୁତ୍ରବଧୂ ଏବଂ ଜିତାମିତ୍ର ସ୍ୱାଇଁଙ୍କ ଧର୍ମପତ୍ନୀ। ସେ ବର୍ତ୍ତମାନ ରଘୁନାଥପୁର ବ୍ଲକସ୍ଥିତ ପୂର୍ଣ୍ଣଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି।
ଏ ସଂକ୍ରାନ୍ତରେ ପଞ୍ଚସଖା ଶିକ୍ଷା ସେତୁ ସଂଗଠନ ପକ୍ଷରୁ ଓଡ଼ିଶା ସରକାରଙ୍କ ଚିଠି ନମ୍ବର ୩୧୫୧, ତାରିଖ ୦୩/୧୧/୨୦୨୬ ମାଧ୍ୟମରେ ଜଗତସିଂହପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଛି।
ତାଙ୍କର ଏହି ସଫଳତାକୁ ନେଇ ସିହା ଗ୍ରାମବାସୀଙ୍କ ସମେତ ଏରସମା ପୂଜ୍ୟପୂଜା ସଂସଦ ପକ୍ଷରୁ ଖୁସି ପ୍ରକାଶ କରାଯାଇଛି। ଏଥିସହିତ ପ୍ରଭାତୀଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରିଥିବାରୁ ରାଜ୍ୟ ସରକାରଙ୍କୁ ସାଧୁବାଦ ଜଣାଯାଇଛି। ତାଙ୍କର ଏହି ସଫଳତା ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପାଇଁ ନିଶ୍ଚିତ ଭାବେ ପ୍ରେରଣାଦାୟକ ହେବ।