ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଯାଦବ ଭାଇ ଙ୍କ ଗିରିଗୋବର୍ଦ୍ଧନ ପୂଜା ମହାଆଡ଼ମ୍ବର ସହକାରେ ଅନୁଷ୍ଠିତ

ଯାଜପୁର, 11/11/2026, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
Article Image
ତା - ୧୧/୧୧/୨୦୨୬ : ବଡଚଣା ବ୍ଲକ ଯାଦବ ମହାସଂଘ ପକ୍ଷରୁ ଷୋଡ଼ଶ ବାର୍ଷିକ ଗିରିଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଯାଇଛି।ବଡଚଣା ନିର୍ବାଚନ ମଣ୍ଡଳୀର ୪୩ ଟି ପଞ୍ଚାୟତର କୋଣ ଅନୁକୋଣରୁ ଶହ ଶହ ସଂଖ୍ୟାରେ ଯାଦବ ପରିବାର ଲୋକେ ଛୁଟି ଆସିଥିଲେ ଚଣ୍ଡିତଳ ପଞ୍ଚାୟତ ଅନ୍ତର୍ଗତ ଚଣ୍ଡିତଳ ଗ୍ରାମର ଶିଖରଚଣ୍ଡି ପୀଠକୁ।ଯାଦବ ମାନେ ତାଙ୍କର ପାରମ୍ପରିକ ଲଉଡି ନୃତ୍ୟ ସହିତ ଏକ ବିରାଟ କଳସ ଶୋଭାଯାତ୍ରାରେ ବଡଚଣାସ୍ଥିତ ମା ଦୁର୍ଗାଙ୍କ ପୀଠରୁ ବାହାରି ପାରମ୍ପରିକ ନୃତ୍ୟ ଗୀତ ପରିବେଷଣ କରି ଶିଖରଚଣ୍ଡି ପୀଠରେ ପହଞ୍ଚି ଥିଲେ।ଏହି ଉପଲକ୍ଷେ ଯାଦବ ସମ୍ପ୍ରଦାୟର ପାରମ୍ପରିକ ଲଉଡ଼ି ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏହି ପରିପ୍ରେକ୍ଷୀରେ ବଡଚଣା ଯାଦବ ମହାସଂଘର ସଭାପତି ଧୁଳେଶ୍ୱର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସବୁ ରାଜନୈତିକ ଦଳର ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ନିଜର ସୁଚିନ୍ତିତ ଅଭିଭାଷଣ ପ୍ରଦାନ କରିଥିଲେ। ପର୍ଯ୍ୟାୟକ୍ରମେ ସମ୍ମାନୀତ ଅତିଥି ଭାବରେ ବଡଚଣା ବିଧାୟକ ଅମର କୁମାର ନାୟକ, ବଡଚଣାର ପ୍ରାକ୍ତନ ବିଧାୟକ ଅମର ପ୍ରସାଦ ଶତପଥୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ, ବଡଚଣା ବ୍ଲକ ଅଧ୍ୟକ୍ଷା ମିନତୀ ସେନାପତି,ବଡ଼ଚଣା ବିଜେଡି ନେତା କ୍ୟାପଟେନ ରାଜନାରାୟଣ ମହାପାତ୍ର,ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ କୈଳାସ ଚନ୍ଦ୍ର ରାଉତ, ବରିଷ୍ଠ କଂଗ୍ରେସ ନେତା ତଥା ବିଧାନସଭା ପ୍ରାର୍ଥୀ ଅଜୟ କୁମାର ସାମଲ,ଚଣ୍ଡିତଳ ପଞ୍ଚାୟତ ସରପଞ୍ଚ ସାଗରୀକା ବିହାରୀ ପ୍ରମୁଖ ଯୋଗ ଦେଇ ନିଜର ବକ୍ତବ୍ୟ ଉପସ୍ଥାପନ କରିବା ସହିତ ପ୍ରଭୁଙ୍କ ଆଶୀର୍ବାଦ କାମନା କରିଥିଲେ।ଏହି ଉତ୍ସବରେ ବଡଚଣା ଯାଦବ ମହାସଂଘ ପକ୍ଷରୁ କାର୍ଯ୍ୟକାରୀ ସଭାପତି ନୀଳମଣି ଦାସ୍, ଗିରିଗୋବର୍ଦ୍ଧନ ପୂଜାକମିଟି ଆବାହକ କପିଳ ଚରଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
17