ଯାଜପୁର, 11/11/2026, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
ତା - ୧୧/୧୧/୨୦୨୬ : ଯାଦବ ମହାସଭା ଆନୁକୂଲ୍ୟରେ ୯ମ ବାର୍ଷିକ ଗିରିଗୋବର୍ଦ୍ଧନ ପୂଜା ବନ୍ଧଗାଁ ପଞ୍ଚାୟତ ରାଙ୍କିଆ ସ୍ଥିତ ମାତଙ୍ଗ ଆଶ୍ରମ ରେ ଅନୁଷ୍ଠିତ ହୋଇଛି ଏହି ସଭା ରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ଯାଜପୁର ଜିଲ୍ଲା ଯାଦବ ସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ବେହେରା ,କାର୍ଯ୍ୟକାରୀ ସଭାପତି ନିର୍ମଳ ଚନ୍ଦ୍ର ଯତି, ମୁଖ୍ୟ ପରାମର୍ଶ ଦାତା ଶ୍ରୀଯୁକ୍ତ ପଦ୍ମାକର ଗୁରୁ, କୋଷାଧ୍ୟକ୍ଷ ରବୀନ୍ଦ୍ର ମୋହନ ବେହେରା ଜିଲ୍ଲା ଯୁବ ସଭପତି ପ୍ରସନ୍ନ ବେହେରା, ସୁକିନ୍ଦା ବ୍ଲକ ସଭାପତି ପରମାନନ୍ଦ ନାୟକ,ସାଧାରଣ ସମ୍ପାଦକ ନୀମେଇଁ ଚରଣ ଦାସ, ଶୁକଦେବ ଦାସ, ଅଜିତ କୁମାର ବାରିକ୍, ମଳୟ ବାରିକ୍, ଯୋଗେନ୍ଦ୍ର ପରିଡ଼ା, ହରେକୃଷ୍ଣ ଭୂତିଆ,ଜିଲ୍ଲା ଯୁବ ସମ୍ପାଦକ ଚିତ୍ରସେନ ଦାସ
ଓ ବ୍ଲକ ର ସମସ୍ତ ଅନୁଷ୍ଠାନ ପ୍ରେମୀ ଓ ଯାଦବ ବନ୍ଧୁମାନେ ଉପସ୍ଥିତି ରହି ନିଜକୁ କୃଷ୍ଣ ପ୍ରେମରେ ସମିଲି କରି ଏକ ଭାବ ବିହଳ କରିଥିଲେ ଆଜିର ମୁଖ୍ୟ ଆକର୍ଷଣ ଥିଲା ଯାଦବ ମାନଙ୍କ ଲୋଉଡ଼ି ଖେଳ କାର୍ଯକ୍ରମ।