ଜଗତସିଂହପୁର, 11/11/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରିତା ସାହୁ ଙ୍କ ରିପୋର୍ଟ ) :
ଜଗତସିଂହପୁର ଠାରେ ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଜଗତସିଂହପୁର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ବିଜେଡି ସୁପ୍ରିମ ତଥା ପୁର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ଜିଲ୍ଲା ସ୍ତରୀୟ ଏହି ଜନ ସମ୍ପର୍କ ପଦଯାତ୍ରା ରେ ରାଜ୍ୟ ଉପ ସଭାପତି ଚିରଞ୍ଜିବି ବିଶ୍ୱାଳ, ଜଗତସିଂହପୁର ପୂର୍ବତନ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ବ୍ଲକ ଅଧ୍ୟକ୍ଷ। କନକ ପ୍ରଭା ଲେଙ୍କା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ ଙ୍କ ସହ ଶତାଧିକ କର୍ମୀ ମାନେ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରା ଦେଇଥିଲେ । ରାଜ୍ୟ ସରକାର ଙ୍କ ଶାସନ ବ୍ୟବସ୍ଥା ରେ ଅବ୍ୟବସ୍ଥା, ଆଇନି ଶୃଙ୍ଖଳା ବିପର୍ଯ୍ୟସ୍ତ, ପ୍ରକୃତିକ ବିପର୍ଯୟ ମୁକାବିଲା ରେ ବିଫଳତା, ମଣ୍ଡି ର ଅବ୍ୟବସ୍ତା ଓ ବୃଦ୍ଧ ବୃଦ୍ଧା ମାନେ ଭତ୍ତା ପାଇବାରୁ ବଞ୍ଚିତ, ଏହି ସବୁ ସମସ୍ୟା କୁ ନେଇ ବିଜୁ ଜନତା ଦଳ ପକ୍ଷରୁ ଏହି ଜନ ସମ୍ପର୍କ ପଦଯାତ୍ରା ଗାନ୍ଧୀ ଛକ ନିକଟରୁ ବାହାରି ସହର ପରିକ୍ରମା କରିବା ସହିତ ଥାନା ଛକ ନିକଟରେ ଶେଷ ହୋଇଥିଲା ।