ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାୟଗଡ଼ା ଜିଲ୍ଲା ସ୍ୱଦେଶୀ ଜାଗରଣ ମଞ୍ଚ ଏବଂ ଭାରତୀୟ ମଜଦୂର ସଂଘ ପକ୍ଷରୁ ରାଷ୍ଟ୍ରଋଷି ଦତ୍ତୋପନ୍ତ ଠେଙ୍ଗଡ଼ୀ ଜୟନ୍ତୀ ପାଳିତ

ରାୟଗଡ଼ା, 11/11/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ତା : ୧୧/୧୧/୨୬ : ରାୟଗଡ଼ା ଠାରେ ରାଷ୍ଟ୍ରଋଷି ଦତ୍ତୋପନ୍ତ ଠେଙ୍ଗଡ଼ୀଜୀଙ୍କ ୧୦୬ ତମ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି। ରାୟଗଡ଼ା ଜିଲ୍ଲା ସ୍ୱଦେଶୀ ଜାଗରଣ ମଞ୍ଚ ଏବଂ ଭାରତୀୟ ମଜଦୂର ସଂଘର ମିଳିତ ଆନୁକୂଲ୍ୟରେ ରାୟଗଡ଼ା ଗାୟତ୍ରୀ ନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସକ୍ଷମ ରାଜ୍ୟ ସଂଯୋଜକ ତଥା ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ର ରାଜ୍ୟ ଉପସଭାପତି ଡଃ ବାଦଲ ତା, ଯୋଗଦେଇ ରାଷ୍ଟ୍ରଋଷିଙ୍କ ସ୍ୱଦେଶୀ ଚିନ୍ତନର ବର୍ତ୍ତମାନ ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ଭାବେ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘର ରାଜ୍ୟ ଉପସଭାପତି ଶ୍ରୀ ଯୋଗେଶ୍ୱର ଦାସ, ଯୋଗଦେଇ ଶ୍ରମିକ କଲ୍ୟାଣ ଓ ସ୍ୱାବଲମ୍ବୀ ଭାରତ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଶ୍ରୀମତୀ ବିଦୁଲତା ହୁଇକା, ଜିଲ୍ଲା ସଂଚାଳିକା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମହିଳା ଶକ୍ତି ଓ ସ୍ୱଦେଶୀର ଭୂମିକା ଉପରେ ମତ ରଖିଥିଲେ। କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଓ ସଂଯୋଜନା ଶ୍ରୀ ସୁଦର୍ଶନ ପାଢ଼ୀ, ଜିଲ୍ଲା ସଂଯୋଜକ, ସ୍ୱଦେଶୀ ଜାଗରଣ ମଞ୍ଚ କରିଥିବା ବେଳେ ଭାରତୀୟ ମଜଦୂର ସଂଘର ଜିଲ୍ଲା ସମ୍ପାଦକ ଶ୍ରୀ ଗଣେଶ କୁମାର ସାହୁ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରଋଷିଙ୍କ ଜୀବନ, ତୃତୀୟ ପଥ, ସ୍ୱଦେଶୀ ଚିନ୍ତନ, ଶ୍ରମିକ କଲ୍ୟାଣ ଓ ବର୍ତ୍ତମାନ ସମୟରେ ସ୍ୱଦେଶୀର ପ୍ରାସଙ୍ଗିକତା ଉପରେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମର ମୂଳ ମନ୍ତ୍ର - *ସ୍ୱଦେଶୀ - ରାଷ୍ଟ୍ର ହିତ, ସ୍ୱାଭିମାନ - ସ୍ୱଦେଶ ହିତ, ସ୍ୱାବଲମ୍ବନ - ଶ୍ରମିକ ହିତ ,ସହ ରାଷ୍ଟ୍ର ହିତ , ଉଦ୍ୟୋଗ ହିତ , ଶ୍ରମିକ ହିତ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ଓକିଲ ଲାବନ୍ୟ ପଟ୍ଟନାୟକ , ଏମ ବିଦ୍ୟା ଶାଗର, ଅଶ୍ଵିନୀ ନାୟକ, ପ୍ରେମ କୁମାର ପଟ୍ଟନାୟକ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମକୁ ନେହା ସିଂ , ଅଞ୍ଜଳୀ ପଣ୍ଡା , ସଞ୍ଜୟ ରାଜଗୁରୁ , କସ୍ତୁରୀ ନାୟକ , ଧର୍ମ ସିଂ ନାଗ , ପରମାନନ୍ଦ ପ୍ରଧାନ, ନୀରଞନ ସେନାପତି ପରିଚାଳନା କରିଥିଲେ।
16