ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଢେଙ୍କାନାଳରେ ସାଇ ସତସଙ୍ଗ ସେବା ଟ୍ରଷ୍ଟର ତ୍ରିଦିବସୀୟ ବାର୍ଷିକ ଉତ୍ସବ, ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଢେଙ୍କାନାଳ, 11/11/2026, ଉତ୍କଳ voice news - utkalvoicenews.com(ଢେଙ୍କାନାଳରୁ ଶୁଭମ୍ ପାଣିଙ୍କ ରିପୋର୍ଟ) :
Article Image
ଢେଙ୍କାନାଳ ସାଇ ସତସଙ୍ଗ ସେବା ଟ୍ରଷ୍ଟ ପକ୍ଷରୁ ଚଳିତ ମାସ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଟ୍ରଷ୍ଟର ବାର୍ଷିକ ଉତ୍ସବ ମହାଆଡ଼ମ୍ବରରେ ପାଳନ କରାଯିବ। ଏହି ଉପଲକ୍ଷେ ଉତ୍ସବର ସୁପରିଚାଳନା ଓ ସଫଳ ଆୟୋଜନ ନିମନ୍ତେ ଟ୍ରଷ୍ଟର ଅଧ୍ୟକ୍ଷ ଶିବ ପ୍ରସାଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଟ୍ରଷ୍ଟର ବରିଷ୍ଠ ସଦସ୍ୟ ଅମରେନ୍ଦ୍ର ଖୁଣ୍ଟିଆ ତିନିଦିନ ବ୍ୟାପୀ ଆୟୋଜିତ ହେବାକୁ ଥିବା ବିଭିନ୍ନ ଆଧ୍ୟାତ୍ମିକ ଓ ଧାର୍ମିକ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମ ଅନୁଯାୟୀ, ୧୩ ତାରିଖ ଅପରାହ୍ନ ୫ଟାରେ ବାଜିଚୌକସ୍ଥିତ ସୌଦାମିନୀ ସ୍କୁଲ ପରିସରରୁ ବାବାଙ୍କ ଏକ ଭବ୍ୟ ଶୋଭାଯାତ୍ରା ବାହାରି ଶ୍ରୀରାମ ମଣ୍ଡପରେ ପହଞ୍ଚିବ। ସେହିପରି ୧୪ ତାରିଖ ସକାଳ ୮ଟାରେ ସାଇ ସତ୍ୟନାରାୟଣ ବ୍ରତ ପୂଜା ଅନୁଷ୍ଠିତ ହେବ। ଏଥିରେ ୧୦୮ ଯୋଡ଼ା ଦମ୍ପତି ସାମିଲ ହେବେ। ମହାରାଷ୍ଟ୍ରର ଶିରିଡ଼ି ସଂସ୍ଥାନର ପୂଜକମାନଙ୍କ ଦ୍ୱାରା ଏହି ପୂଜା ସମ୍ପନ୍ନ କରାଯିବ। ଅନ୍ୟପକ୍ଷରେ, ୧୫ ତାରିଖ ସକାଳ ୮ଟାରେ ଏକଦିବସୀୟ ସାଇ ସତ୍‌ଚରିତ ସମୂହ ପାରାୟଣ ଆୟୋଜିତ ହେବ। ଏହି ପାରାୟଣରେ ଯୋଗଦେବା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ସାଇଭକ୍ତମାନେ ନିଜ ନାମ ପଞ୍ଜୀକରଣ କରିଛନ୍ତି। ସେହିଦିନ ସନ୍ଧ୍ୟାରେ ଶିରିଡ଼ିର ପୂଜକ ଏବଂ ଓଡ଼ିଶାର ସୁନାମଧନ୍ୟ ସାଇ ପ୍ରବଚକମାନଙ୍କ ଦ୍ୱାରା ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ତ୍ରିଦିବସୀୟ ଆଧ୍ୟାତ୍ମିକ ଉତ୍ସବରେ ସମସ୍ତ ସାଇଭକ୍ତ ଓ ଶ୍ରଦ୍ଧାଳୁମାନେ ଯୋଗଦେଇ ବାବାଙ୍କ ଆଶୀର୍ବାଦ ଲାଭ କରିବାକୁ ଟ୍ରଷ୍ଟର ସମ୍ପାଦିକା ଗୀତାଞ୍ଜଳି ମହାପାତ୍ର ନିବେଦନ କରିଛନ୍ତି।
13