ଢେଙ୍କାନାଳ, 11/11/2026, ଉତ୍କଳ voice news - utkalvoicenews.com(ଢେଙ୍କାନାଳରୁ ଶୁଭମ୍ ପାଣିଙ୍କ ରିପୋର୍ଟ) :
ଆଲୋକର ପର୍ବ ଦୀପାବଳିକୁ ନିଆରା ଢଙ୍ଗରେ ପାଳନ କରି ବସ୍ତିବାସୀଙ୍କ ମୁହଁରେ ହସ ଫୁଟାଇଛି ସାମାଜିକ ସାଂସ୍କୃତିକ ବିକାଶ ସଂଘ। ଢେଙ୍କାନାଳ ସହରଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ଥିବା ଏକ ବସ୍ତିରେ ସଂଘ ପକ୍ଷରୁ ଏହି ନିଆରା ଦୀପାବଳି ଉତ୍ସବ ଆୟୋଜନ କରାଯାଇଥିଲା।
ଏହି ଅବସରରେ ବସ୍ତିବାସୀଙ୍କୁ ଝରଝରି, କୁମ୍ପି, ଚକ୍ରୀ ଓ ହାବେଳି ଆଦି ବାଣ ସହିତ ମିଠା ଓ ବିସ୍କୁଟ ବଣ୍ଟନ କରାଯାଇଥିଲା। ଏଥିସହ ଜନବସତିଠାରୁ ଦୂରରେ ସୁରକ୍ଷିତ ସ୍ଥାନରେ ବାଣ ଫୁଟାଇ ଦୀପାବଳିର ଆନନ୍ଦ ଉଠାଇଥିଲେ ସମସ୍ତେ।
ଏହି ଅବସରରେ ସଂଘର ସଦସ୍ୟ ସୌମ୍ୟ ସାଗର ମିଶ୍ର ବାଣ ଫୁଟାଇବା ସମୟରେ ସୁରକ୍ଷା ଓ ସତର୍କତା ଅବଲମ୍ବନ କରିବାକୁ ଆହ୍ୱାନ ଦେଇଥିଲେ। ବିଶେଷକରି ଜନବସତିଠାରୁ ଦୂରରେ ଏବଂ ନିରୀହ ପଶୁପକ୍ଷୀଙ୍କୁ ଯେପରି କୌଣସି ଅସୁବିଧା ନହୁଏ, ସେଥିପ୍ରତି ଧ୍ୟାନ ଦେଇ ବାଣ ଫୁଟାଇବାକୁ ସେ ବାର୍ତ୍ତା ଦେଇଥିଲେ।
ସଂଘର ଏହି ନିଆରା ପ୍ରୟାସ ଦୀପାବଳିର ଖୁସିକୁ ସମସ୍ତଙ୍କ ମଧ୍ୟରେ ବାଣ୍ଟିବା ସହ ସାମାଜିକ ସମ୍ପ୍ରୀତି ଓ ମାନବିକତାର ଏକ ସୁନ୍ଦର ବାର୍ତ୍ତା ପ୍ରଦାନ କରିଛି।