ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନଳିପୁର ଅଗ୍ନିକାଣ୍ଡରେ ଚାରି ଜୀବନ ନିରବ, ଶୋକସନ୍ତପ୍ତ ପରିବାରଙ୍କୁ ଭେଟିଲେ ପିସିସି ସଭାପତିଙ୍କ ସମେତ ବିଭିନ୍ନ ଦଳର ନେତା

ଯାଜପୁର, 12/11/2026, ଉତ୍କଳ voice news - utkalvoicenews.com( ଯାଜପୁର ରୁ ଉମାକାନ୍ତ ବେହେରାଙ୍କ ରିପୋର୍ଟ ) :
Article Image
ତାରିଖ – ୧୨/୧୧/୨୦୨୬ : ଅକାଳରେ ଲିଭିଗଲା ଚାରି ଜୀବନର ଦୀପ। ନଳିପୁର ଅଗ୍ନିକାଣ୍ଡର ଦୁଃଖଦ ଘଟଣାରେ ଶୋକାକୁଳ ହୋଇପଡ଼ିଛି ସମଗ୍ର ଅଞ୍ଚଳ। ଏହି ଦୁଃଖଦ ସମୟରେ ମୃତକଙ୍କ ପରିବାର ଓ ଆହତଙ୍କୁ ସାନ୍ତ୍ୱନା ଦେବା ସହ ସମବେଦନା ଜଣାଇଛନ୍ତି ପିସିସି ସଭାପତିଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ନଳିପୁର ଗ୍ରାମର ସେକମହଲା ମୁସଲିମ ବସ୍ତିରେ ଗତ ୭ ତାରିଖ ରାତିରେ ସେକ୍ ନିଜାମୁଦ୍ଦିନଙ୍କ ବାସଭବନରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଥିଲା। ଏହି ଭୟାବହ ଅଗ୍ନିକାଣ୍ଡରେ ତାଙ୍କ ବଡ଼ ବୋହୂ, ନାତୁଣୀ ଓ ଅନ୍ୟ ଦୁଇ ନାତି-ନାତୁଣୀଙ୍କ ଅକାଳ ମୃତ୍ୟୁ ଘଟିଥିଲା। ଘଟଣାଟି ସମଗ୍ର ଅଞ୍ଚଳରେ ଗଭୀର ଶୋକ ଓ ଦୁଃଖର ବାତାବରଣ ସୃଷ୍ଟି କରିଥିଲା। ଏହି ମର୍ମନ୍ତୁଦ ଘଟଣାର ଖବର ପାଇ ବଡ଼ଚଣା ବିଧାୟକ ଅମର କୁମାର ନାୟକ, ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀ, ପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ ପୃଥକ୍ ପୃଥକ୍ ଭାବେ ପୀଡ଼ିତ ପରିବାରଙ୍କ ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ। ସେହିପରି ପିସିସି ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି, ଜିଲ୍ଲା କଂଗ୍ରେସ ସଭାପତି ମାଗୁଣି ଜେନା, କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ଅଜୟ ସାମଲ, ପୂର୍ବତନ ପିସିସି ସମ୍ପାଦକ ଡ. ସନ୍ତୋଷ କୁମାର ବଳ, ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶାରଦା ମହାନ୍ତି, ଯୁବନେତା ଚର୍ଚ୍ଚିତ ମାହାଲା, ସରପଞ୍ଚ ସେକ୍ ଅବଦୁଲ ଗନି, ପୂର୍ବତନ ସରପଞ୍ଚ ସେକ୍ ରିୟାସତ ଅଲି, ସାଂସଦଙ୍କ ବ୍ଲକ ପ୍ରତିନିଧି ରବୀନ୍ଦ୍ର କୁମାର ରାଉତ ଓ ସୁଲତାନ ସୈଫୁଲା ଖାଁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ପୀଡ଼ିତ ପରିବାରଙ୍କୁ ଭେଟି ଗଭୀର ସମବେଦନା ଜଣାଇଥିଲେ। ଏହି ଦୁଃଖଦ ସମୟରେ ପୀଡ଼ିତ ପରିବାରଙ୍କ ପ୍ରତି ସମସ୍ତଙ୍କ ସମବେଦନା ଓ ସହାନୁଭୂତିର ବାର୍ତ୍ତା ଶୋକାକୁଳ ପରିବେଶକୁ ଆହୁରି ଭାବବିହ୍ୱଳ କରିଥିଲା।
12