ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାଜ୍ୟରେ ନୂଆ ୫ ଲକ୍ଷ ୫ ହଜାରରୁ ଅଧିକ ହିତାଧିକାରୀଙ୍କୁ ମିଳିଲା ଭତ୍ତା

ଜଗତସିଂହପୁର, 12/11/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁରରୁ ରିତା ସାହୁଙ୍କ ରିପୋର୍ଟ ) :
Article Image
ତାରିଖ – ୧୨/୧୧/୨୦୨୫ : ସାମାଜିକ ସୁରକ୍ଷା ଯୋଜନାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ମଧୁବାବୁ ପେନସନ ଯୋଜନାରେ ସାମିଲ ହେଲେ ନୂଆ ହିତାଧିକାରୀ । ଜଗତସିଂହପୁର ଜିଲ୍ଲାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଜରିଆରେ ନୂତନ ହିତାଧିକାରୀଙ୍କୁ ପେନସନ ପ୍ରଦାନ କରାଯାଇଛି । ଏଥିସହ ଏକୀକୃତ ପେନସନ ପରିଚାଳନା ପୋର୍ଟାଲର ମଧ୍ୟ ଶୁଭାରମ୍ଭ ହୋଇଛି । ରାଜ୍ୟରେ ୫ ଲକ୍ଷ ୫ ହଜାର ୮୧୭ ଜଣ ନୂତନ ହିତାଧିକାରୀ ଏହି ଯୋଜନାରେ ସାମିଲ ହୋଇଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ଏହି ସଂଖ୍ୟା ରହିଛି ୧୩ ହଜାର ୯୩୦ ଏଥିରେ ସାମିଲ ହୋଇଛନ୍ତି। ଏହି ଅବସରରେ ଆଦିକବି ଶାରଳା ଦାସ ସଂସ୍କୃତି ଭବନଠାରେ ଆୟୋଜିତ ସଭାରେ ଯୋଗଦେଇଥିଲେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଓ ଜିଲ୍ଲାପାଳ ଜେ. ସୋନାଲ ପ୍ରମୁଖ ଯୋଗ ଦେଇଥିଲେ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଆନୁକୂଲ୍ୟରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଥିଲା ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ । ଆଦିକବି ଶାରଳା ଦାସ ସଂସ୍କୃତି ଭବନଠାରେ ଏକୀକୃତ ପେନସନ ପରିଚାଳନା ପୋର୍ଟାଲର ଶୁଭ ଉଦ୍‌ଘାଟନ ସହ ମଧୁବାବୁ ପେନସନ ଯୋଜନାରେ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା ।ରାଜ୍ୟସ୍ତରରେ ମୋଟ ୫ ଲକ୍ଷ ୫ ହଜାର ୮୧୭ ଜଣ ନୂତନ ହିତାଧିକାରୀ ଯୋଜନାରେ ସାମିଲ ହୋଇଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ନୂତନ ଭାବେ ୧୩ ହଜାର ୯୩୦ ଜଣଙ୍କୁ ପେନସନ ପ୍ରଦାନ କରାଯାଇଛି । ଏହି ଅବସରରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ବିଧାୟକ ଅମରେନ୍ଦ୍ର ଦାସ ଓ ଜିଲ୍ଲାପାଳ ଜେ. ସୋନାଲ ଉପସ୍ଥିତ ରହି ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିଥିଲେ । ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଜଗତସିଂହପୁର ଜିଲ୍ଲାରେ ମୋଟ ୧ ଲକ୍ଷ ୨୧ ହଜାର ୨୮୯ ଜଣ ହିତାଧିକାରୀ ଏହି ଯୋଜନାର ସୁଫଳ ପାଇବେ । ଏହି ଯୋଜନା ମାଧ୍ୟମରେ ବୟସ୍କ, ଅସହାୟ ଓ ଦିବ୍ୟାଙ୍ଗଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ସହ ସାମାଜିକ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟ ରହିଛି । ପରେ ଏକ ସଚେତନତା ରଥ ମୁଖ୍ୟ ଅତିଥି ଙ୍କ ଦ୍ଵାରା ଉଦଘାଟନ କରାଯାଇଥିଲା । ନୂତନ ହିତାଧିକାରୀଙ୍କୁ ପେନସନ ଯୋଜନାରେ ସାମିଲ କରାଯିବା ଫଳରେ ଜିଲ୍ଲାର ହଜାର ହଜାର ପରିବାର ଉପକୃତ ହେବେ ବୋଲି ଆଶା ରଖାଯାଇଛି ।
Article Image
Article Image
13