ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଦଶମାଣକୂଳ ଗୁରୁ ଗୋପାଳ ଆଶ୍ରମରେ ତ୍ରିଦିବସୀୟ ଭାଗବତ ମହୋତ୍ସବ ଉଦ୍‌ଯାପିତ

ତିର୍ତ୍ତୋଲ, 12/11/2026, ଉତ୍କଳ voice news - utkalvoicenews.com( ତିର୍ତ୍ତୋଲରୁ ଜଗନ୍ନାଥ ପ୍ରସାଦ ସାହୁଙ୍କ ରିପୋର୍ଟ ) :
Article Image
ତିନିଦିନ ବ୍ୟାପୀ ଆୟୋଜିତ ଏହି ମହୋତ୍ସବରେ ନାମଯଜ୍ଞ, ଭାଗବତ କଥାଯଜ୍ଞ, ଅନ୍ନଯଜ୍ଞ ଓ ବୃକ୍ଷରୋପଣ ଭଳି ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ସ୍ଥାନ ପାଇଥିଲା। ଆଧ୍ୟାତ୍ମିକ ଚେତନା ସହିତ ପରିବେଶ ସୁରକ୍ଷା, ସ୍ୱଚ୍ଛତା ଓ ସାମାଜିକ ଦାୟିତ୍ୱବୋଧର ବାର୍ତ୍ତା ଏହି ମହୋତ୍ସବର ପ୍ରମୁଖ ଆକର୍ଷଣ ଥିଲା। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାଧୁସନ୍ଥ ଓ ଧର୍ମପ୍ରେମୀମାନେ ଯୋଗଦେଇ ଆଧ୍ୟାତ୍ମିକ ଆଲୋଚନାରେ ଭାଗ ନେଇଥିଲେ। ଏହି ଅବସରରେ ରାଜ୍ୟର ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ପୂଜ୍ୟ ବାବା ବଳିଆଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ।
Article Image
କାର୍ଯ୍ୟକ୍ରମରେ ବାବାଙ୍କ ଶିଷ୍ୟ ତଥା ଆଶ୍ରମର ଟ୍ରଷ୍ଟି ଶ୍ରୀବାସ ଦାସ, ସଞ୍ଜୟ ଦାସ, ବାବାଜୀ ସେବକ ଗୋପାଳ ଦାସ, କାଳିଆ ନନା, ଜ୍ୟୋତିର୍ବିଦ୍ ଡ. ଅରୁଣ କୁମାର ପାଣି, ପଣ୍ଡିତ ପ୍ରତାପ ଚନ୍ଦ୍ର ତ୍ରିପାଠୀଙ୍କ ସମେତ ବହୁ ଅନୁଗାମୀ ଉପସ୍ଥିତ ଥିଲେ। ମହୋତ୍ସବର ସଫଳ ଆୟୋଜନରେ ଦଶମାଣକୂଳ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗ ଓ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ ବେଶ୍ ପ୍ରଶଂସନୀୟ ହୋଇଥିଲା। ଭାଗବତର ଆଧ୍ୟାତ୍ମିକ ଚେତନା, ଗୁରୁଭକ୍ତି, ମାତୃସମ୍ମାନ ଓ ପ୍ରକୃତି ସୁରକ୍ଷାର ସମନ୍ୱୟରେ ଏହି ତ୍ରିଦିବସୀୟ ମହୋତ୍ସବ ଏକ ମହତ୍ତ୍ୱପୂର୍ଣ୍ଣ ସାମାଜିକ ଓ ଆଧ୍ୟାତ୍ମିକ ବାର୍ତ୍ତା ପ୍ରଦାନ କରିଛି।
14