ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଗୁଡ଼ା ଦଣ୍ଡ ନାଚ ଉଦଘାଟିତ

ବୁଗୁଡ଼ା, 31/03/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ପ୍ରସିଦ୍ଧ ଦଣ୍ଡ ଯାତ୍ରା ନିମନ୍ତେ ସାରା ଗଞ୍ଜାମ ଜିଲ୍ଲା ଚଳାଚଞ୍ଚଳ ହୋଇଉଠିଥିବା ବେଳେ ବୁଗୁଡ଼ା ଦଣ୍ଡ ଯାତ୍ରା ଆଜିଠାରୁ ଆରମ୍ଭ ହୋଇଯାଇଛି l ଏ ଅବସରରେ ରବିବାର ସନ୍ଧ୍ୟାରେ ବୁଗୁଡ଼ା ମହାମାୟୀ ନାଟ୍ୟ ସଂଘ ପକ୍ଷରୁ ସର୍ବେଶ୍ୱର ଦାଶଙ୍କ ନିର୍ଦେଶନାରେ ମଞ୍ଚସ୍ଥ ହେଉଥିବା ନାଟକ 'ରାଜଧାନୀ କୁଲି ରାଜକୁମାର' କୁ ରାଜ୍ୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉଦଘାଟନ କରିଛନ୍ତି l ବୁଗୁଡ଼ା ବଡ ଦାଣ୍ଡ ଠାରେ ଆୟୋଜିତ ଉକ୍ତ ଉଦଘାଟନ ଉତ୍ସବ ରେ ଅତିଥିଭାବେ ବୁଗୁଡ଼ା ବ୍ଲକ ଅଧ୍ୟକ୍ଷl ପ୍ରତିନିଧି କେ. ନୀଳମାଧଵ ଆଚାରୀ,ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ,ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିବା ବେଳେ ଦଣ୍ଡ ଯାତ୍ରା କମିଟି ସଭାପତି କେଦାରନାଥ ମହାରଣା, ଉପସଭାପତି ୟୁ ବୁଲୁ ପାତ୍ର, କୋଷାଧକ୍ଷ କୃଷ୍ଣ ଚନ୍ଦ୍ର ମହାପାତ୍ର,ଅଧିକାରୀ ବିଦ୍ୟାଧର ନାୟକ ପ୍ରମୁଖ ସହଯୋଗ କରିଥିଲେ l
Article Image
1