ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାଲିଆରେ ଜାତୀୟ ଆଇନସେବା ଦିବସ ପାଳିତ

କୁଜଙ୍ଗ / ବାଲିଆ, 13/11/2026, ଉତ୍କଳ voice news - utkalvoicenews.com( ଏରସମାରୁ ଅଂଶୁମାନ ମିଶ୍ରଙ୍କ ରିପୋର୍ଟ ) :
Article Image
କୁଜଙ୍ଗ ତାଲୁକ ଆଇନସେବା ପ୍ରାଧିକରଣ ପକ୍ଷରୁ ବାଲିଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜାତୀୟ ଆଇନସେବା ଦିବସ ପାଳିତ ହୋଇଯାଇଛି। ତାଲୁକ ଆଇନସେବା ପ୍ରାଧିକରଣର ରିଟେନର ଆଇନଜୀବୀ ବିଚିତ୍ରାନନ୍ଦ ସେଣଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଡ. ଅଟଳ ବିହାରୀ ଦାସ, ରଞ୍ଜନ କୁମାର ଦାସ, ପାରାଲିଗାଲ୍ ଭଲ୍ୟୁଣ୍ଟିୟର (ପିଏଲ୍‌ଭି) ଏବଂ ଶିକ୍ଷାବିତ୍ ଚୈତନ୍ୟ ପ୍ରସାଦ ଖଟୁଆ ପ୍ରମୁଖ ଯୋଗଦେଇ ଆଇନସେବା ସମସ୍ତଙ୍କ ପାଇଁ ସମାନ ଓ ସୁଲଭ ହେବା ଉପରେ ଆଲୋକପାତ କରିଥିଲେ।
Article Image
ବିଶେଷକରି ଗରିବ, ନିରାଶ୍ରୟ ଓ ଅସହାୟ ବ୍ୟକ୍ତିମାନେ କିପରି ମାଗଣା ଆଇନ ସହାୟତା ପାଇପାରିବେ, ସେ ସମ୍ପର୍କରେ ସମ୍ବିଧାନର ବିଭିନ୍ନ ବ୍ୟବସ୍ଥା ଓ ଆଇନଗତ ଅଧିକାର ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଏହି ଅବସରରେ ଉପସ୍ଥିତ ମହିଳା ଓ ପୁରୁଷମାନଙ୍କୁ ଜାତୀୟ ଆଇନସେବା ସମ୍ପର୍କିତ ସଚେତନତାମୂଳକ ପତ୍ରିକା ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ତାଲୁକ ଆଇନସେବା ପ୍ରାଧିକରଣର କର୍ମଚାରୀ ସ୍ମୃତି ରଞ୍ଜନ ମହାନ୍ତି ସହଯୋଗ କରିଥିବାବେଳେ ଝୁନା ସ୍ୱାଇଁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
12