ଢେଙ୍କାନାଳ, 13/11/2026, ଉତ୍କଳ voice news - utkalvoicenews.com( ଢେଙ୍କାନାଳରୁ ଶୁଭମ୍ ପାଣିଙ୍କ ରିପୋର୍ଟ ) :

ତାରିଖ – ୧୩/୧୧/୨୦୨୬ : ସଭାରେ ସଂଗଠନର ପ୍ରତିଷ୍ଠାତା ଅକ୍ଷୟ କୁମାର ଉଦ୍ବୋଧନ ଦେଇ କହିଥିଲେ ଯେ, ଢେଙ୍କାନାଳ ଜିଲ୍ଲାରେ ଦୀର୍ଘଦିନ ଧରି ହାତୀ ଓ ବାରହା ଉପଦ୍ରବ ଚାଷୀଙ୍କ ପାଇଁ ଗୁରୁତର ସମସ୍ୟା ସୃଷ୍ଟି କରୁଛି। ଏହାର ସ୍ଥାୟୀ ପ୍ରତିକାର ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ, ୮୦ ବର୍ଷ ବୟସ ପରେ ମଧ୍ୟ ଭତ୍ତାରୁ ବଞ୍ଚିତ ବୃଦ୍ଧବୃଦ୍ଧାଙ୍କୁ ସୁବିଧା ଯୋଗାଇବା ଏବଂ ଆବାସ ଯୋଜନାର ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ସାମିଲ କରିବାକୁ ସେ ଦାବି କରିଥିଲେ। ଏଥିସହ ଜିଲ୍ଲାରୁ ନିଶା କାରବାର ଓ ନିଶା ସେବନ ରୋକିବାକୁ ମଧ୍ୟ ସରକାରଙ୍କ ନିକଟରେ ଦାବି ରଖିଥିଲେ।
ସେହିପରି ନବନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନୱର ଅଲ୍ଲୀ ଚାଷୀଙ୍କୁ ଉପଯୁକ୍ତ ପ୍ରାପ୍ୟ, ଯୁବକଙ୍କୁ ନିଯୁକ୍ତି ଓ ସାଧାରଣ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ଢେଙ୍କାନାଳ ଜିଲ୍ଲା ପ୍ରଭାରୀ ଅଶ୍ୱିନୀ ଜେନା କହିଥିଲେ ଯେ, ଏହି ଆନ୍ଦୋଳନ ଚାଷୀ ଓ ସାଧାରଣ ଜନତାଙ୍କ ନ୍ୟାଯ୍ୟ ଅଧିକାର ପାଇଁ। ସରକାର ୧୭ ଦଫା ଦାବିର ତୁରନ୍ତ ସମାଧାନ ନ କଲେ ଆଗାମୀ ଦିନରେ ଆନ୍ଦୋଳନକୁ ଅଧିକ ତୀବ୍ର କରାଯିବ ବୋଲି ସେ ଚେତାବନୀ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଂଯୋଜକ ରଶ୍ମିରଞ୍ଜନ ସ୍ୱାଇଁ, ରାଜ୍ୟ ମହିଳା ସଂଯୋଜିକା ମଧୁମିତା ସାମଲ, ଜିଲ୍ଲା ସଂଯୋଜକ ଚନ୍ଦ୍ରଶେଖର ବରାଳ, ଭଦ୍ରକ ସଂଯୋଜକ ତ୍ରିଲୋଚନ ପଣ୍ଡା, ଜଗତସିଂହପୁରର ଚାଷୀ ନେତା ଦୁର୍ଗାପ୍ରସାଦ ସ୍ୱାଇଁ, ସୁରେନ୍ଦ୍ର ମହାରଣା, ବାଲେଶ୍ୱର ସଂଯୋଜକ ରଞ୍ଜିତ ପଟ୍ଟନାୟକ, କେନ୍ଦ୍ରାପଡ଼ା ସଂଯୋଜକ ଅକୁର ପଲେଇ, ଢେଙ୍କାନାଳ ସହସଂଯୋଜକ ସୁଧାକର ପରିଡ଼ାଙ୍କ ସମେତ ବିଭିନ୍ନ ଜିଲ୍ଲାର ଚାଷୀ ନେତା, ମହିଳା ନେତ୍ରୀ ଓ ସଂଗଠନର ବହୁ କର୍ମକର୍ତ୍ତା ଯୋଗଦେଇଥିଲେ।