ଯାଜପୁର, 15/11/2026, ଉତ୍କଳ voice news - utkalvoicenews.com ( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :

ତା - ୧୪/୧୧/୨୦୨୬ : ବଡ଼ଚଣା ବ୍ଲକ ଅନ୍ତର୍ଗତ ରଇପୁର ସ୍ଥିତ "ସଚେତନ ନାଗରିକ ସମାଜ" ତରଫରୁ ସେବା ହିଁ ଧର୍ମ, ସେବା ହିଁ କର୍ମ ଓ ସେବା ହିଁ ସଂକଳ୍ପ ଓ ସମର୍ପଣ ଅଭିଯାନ ୨୦୨୬ ଆୟୋଜିତ ହୋଇଅଛି। ସଚେତନ ନାଗରିକ ସମାଜର ସଭାପତି ଉମେଶ ଚନ୍ଦ୍ର ସେନାପତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ରଇପୁର ଗ୍ରାମର ବୟୋଜ୍ୟେଷ୍ଠ ମହିଳା ହେମ ମଲିକଙ୍କୁ ତାଙ୍କ ବାସଭବନରେ ଭେଟିବା ସହ ବସ୍ତ୍ର, ଶୀତ ବସ୍ତ୍ର ଓ ନିତ୍ଯ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରଦାନ କରି ଆଶୀର୍ବାଦ କାମନା କରିଥିଲେ। ଗ୍ରାମର ଶ୍ରୀ ଶ୍ରୀ ସିଦ୍ଧ ମହାପୁରୁଷ ପାଠାଗାରର ମୁଖ୍ୟ ସଂଯୋଜକ ପଣ୍ଡିତ ଭୁପେଶ କୁମାର ସେନାପତି, ସମ୍ପାଦକ ପ୍ରତିଷ୍ଠିତ କବି ହିମାଂଶୁ ଭୂଷଣ ଜେନା, ପ୍ରତିଷ୍ଠାତା ବରିଷ୍ଠ ସଦସ୍ୟ ଶିକ୍ଷକ ବିଜୟ କୁମାର ଜେନା , ମାନଗୋବିନ୍ଦ ମଲିକ, ଅମିନ ଚନ୍ଦ୍ର ଦାସ, ଦିଗମ୍ବର ତରାଇ, ମତାଜୀ ମଲିକ,କରୁଣାକର ମଲିକ, କିଶୋର ମାଲିକ, ଵିନୋଦ କୁମାର ଦାସ ସମେତ ବହୁ ଶୁଭେଚ୍ଛୁ ଉପସ୍ଥିତ ଥିଲେ। ଏହି ସେବା କାର୍ଯ୍ୟ କୁ ବ୍ୟାପକ କରିବା ସହ ସମାଜର ମୁଖ୍ୟ ସ୍ରୋତରେ ସବୁ ବର୍ଗର ବ୍ୟକ୍ତିବିଶେଷଙ୍କୁ ସାମିଲ କରିବା ପାଇଁ ଓ ନିଃସ୍ଵାର୍ଥପର ସେବା ପ୍ରଦାନ କରିବା ପାଇଁ ସଚେତନ ନାଗରିକ ସମାଜ ସମର୍ପିତ ଭାବେ ପ୍ରୟାସ ଜାରି ରହିବ ବୋଲି ସଭାପତି ଉମେଶ ଚନ୍ଦ୍ର ସେନାପତି ମତବ୍ୟକ୍ତ କରିଥିଲେ।