ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବରିଷ୍ଠ ନାଗରିକ ଈଶ୍ୱର ଚନ୍ଦ୍ର ସାମଲ ଙ୍କ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ

ଯାଜପୁର, 15/11/2026, ଉତ୍କଳ voice news - utkalvoicenews.com ( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
Article Image
ତା - ୧୪/୧୧/୨୦୨୬ : ଆଞ୍ଚଳିକ ବରିଷ୍ଟ ନାଗରିକ ମଞ୍ଚ ଚଣ୍ଡିଖୋଲ ର ବରିଷ୍ଠ ନାଗରିକ ଈଶ୍ୱର ଚନ୍ଦ୍ର ସାମଲ ଙ୍କ ୭୫ତମ ଜନ୍ମ ଜୟନ୍ତୀ ଉତ୍ସବ ଚଣ୍ଡିଖୋଲ ଆଞ୍ଚଳିକ ବରିଷ୍ଟ ନାଗରିକ ମଞ୍ଚ ପ୍ରେକ୍ଷାଳୟ ଠାରେ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି। ଏ ନେଇ ଏକ ସଭା ସ୍ଥାୟୀ ସଭାପତି ଶେଷଦେବ ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ମଞ୍ଚ ର ସଂମ୍ପାଦକ ଲକ୍ଷ୍ମୀଧର ସାହାଣୀ, କୋଷାଧ୍ୟକ୍ଷ ଉତ୍ତମ ରଣା ଉପ ସଭାପତି କ୍ଷୀରୋଦ ମାହାଲା,, ସମାଜସେବୀ ପାଣ୍ଡବ ଚରଣ ଧଳ, ଉପଦେଷ୍ଟା ଦୁଃଖିଶ୍ୟାମ ସାହୁ, ସନ୍ତୋଷ କୁମାର ବିଶ୍ୱାଳ, ବ୍ରହ୍ମାନନ୍ଦ ଦାଶ,, ପଣ୍ଡିତ୍ ବିଜୟ କୁମାର କର,ଅଜୟ କୁମାର ଜେନା,ବଟକୃଷ୍ଣ ଜେନା, ଦିଲ୍ଲୀପ କୁମାର ଲେଙ୍କା,ଜଗବନ୍ଧୁ ସାହୁ,, ରଞ୍ଜନ କୁମାର ଜେନା, ଯୁଧିଷ୍ଟିର ଜେନା, ଶରତ ଚନ୍ଦ୍ର ସେଠୀ, ସୁବାସ ଚନ୍ଦ୍ର ବଳ, ସାରଦା ମହାନ୍ତି, ଈଶ୍ୱର ଚନ୍ଦ୍ର ସାମଲ ପ୍ରହଲ୍ଲାଦ ଧଳ ସମେତ ଅନେକ ବରିଷ୍ଠ ନାଗରିକ ପ୍ରମୁଖ ଯୋଗ ଦେଇଥିଲେ , ପ୍ରାରମ୍ଭରେ ସମସ୍ତ ଅତିଥି ମାନେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ବଳନ କରିଥିଲେ। ସଂମ୍ପାଦକ ଶ୍ରୀ ସାହାଣୀ ଗତ ସଭାର ବିବରଣୀ ପଠନ କରିଥିଲେ। ବରିଷ୍ଠ ନାଗରିକ ଈଶ୍ୱର ଚନ୍ଦ୍ର ସାମଲଙ୍କ ଜନ୍ମ ଜୟନ୍ତୀ ଉତ୍ସବ ରେ ସଭାପତି ଶ୍ରୀ ନାୟକ ସମେତ ଅନ୍ୟ ସମସ୍ତ ବରିଷ୍ଠ ନାଗରିକ ମାନେ ଶ୍ରୀ ସାମଲଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ତାଙ୍କ ଜୀବନ ସୁଖମୟ ହେବାକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ସମସ୍ତ ବରିଷ୍ଠ ନାଗରିକ ମାନଙ୍କ ମଧ୍ୟରେ ସମ୍ପର୍କ ଅତୁଟ ରହୁ ଓ ସମସ୍ତଙ୍କ ସେବାରେ ନିଜକୁ ନିୟୋଜିତ କରିବାକୁ ସଭପଟି ଶ୍ରୀ ନାୟକ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। ସରକାର ବରିଷ୍ଠ ନାଗରିକମାନଙ୍କ ପାଇଁ ଯେଉଁ ଯୋଜନା ପ୍ରସ୍ତୁତ କରିଛନ୍ତି ତାହା ସ୍ବାଗତ ଯୋଗ୍ୟ, ବରିଷ୍ଠ ନାଗରିକ ମାନଙ୍କୁ ରେଳ ଟିକେଟ ନିହାତି କରିବାକୁ ଦାବୀ ଉପସ୍ଥାପନ କରଯାଇଥିଲା। ତୀର୍ଥ ଭ୍ରମଣ ପାଇଁ ଆଞ୍ଚଳିକ ବରିଷ୍ଟ ନାଗରିକ ମଞ୍ଚ ଚଣ୍ଡିଖୋଲ କୁ ସୁବିଧା ଦିଆ ଯାଉନାହିଁ, ଏ ସୁବିଧା ତୁରନ୍ତ ଯୋଗାଇବାକୁ ମଞ୍ଚ ପକ୍ଷରୁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି। ଆଞ୍ଚଳିକ ବରିଷ୍ଟ ନାଗରିକ ମଞ୍ଚ ର ଉନ୍ନୟନ କାର୍ଯ୍ୟ ସମାଜସେବୀ ପାଣ୍ତବ ଚରଣ ଧଳ, ୨ଲକ୍ଷ ଅର୍ଥ ରାଶି ଏବଂ ଆସନ୍ତା ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମରେ ଆର୍ଥିକ ସହଯୋଗ କରିବାକୁ ଘୋଷଣା କରିଥିଲେ
8