ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

JSW ଏବଂ ପ୍ରଥମ ଓଡ଼ିଶା ତରଫରୁ ଶିଶୁ ଦିବସ ପାଳିତ ହୋଇଛି

ଏରସମା, 15/11/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ତା - ୧୪/୧୧/୨୬ ଏରସମା ବ୍ଲକ୍ ଅନ୍ତର୍ଗତ ବାଲିତୁଠ ପଞ୍ଚାୟତ ଅନ୍ତର୍ଗତ ଵନାପାଟ ଗ୍ରାମରେ ଏବଂ ଗଡ଼କୁଜଙ୍ଗ ପଞ୍ଚାୟତ ର ପୋଲାଙ୍ଗ ଗ୍ରାମରେ ପ୍ରଥମ ଓଡ଼ିଶା ତରଫରୁ ଶିଶୁଦିବସ ମହା ସମା ରୋହରେ ପାଳନ କରାଯାଇଛି।ଏଥିରେ ବନା ପାଟ ର ବିଦ୍ୟାଳୟର ସଭାପତି ପ୍ରଦିତ୍ୟ ବିଶ୍ଵାଳ ସାର,ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ- ରଞ୍ଜିତା ଦିଦି , ସୁଶାନ୍ତ ସାର ଆୟୁର୍ବେଦିକ ଡକ୍ଟର -ଭବାନୀ ଶଙ୍କର ନାୟକ ସାର ୱର୍ଡମେମ୍ୱର,ଅଙ୍ଗନୱାଡ଼ି ଦିଦି,ଗ୍ରାମର ସମସ୍ତ ଅଭିଭାବକ , ଏବଂ କୁନି କୁନି ପିଲାମାନେ ମାନେ ଯୋଗ ଦେଇଥିଲେ।ମା ଏବଂ ପିଲାମାନଙ୍କ ଦ୍ଵାରା କିଛି ପ୍ରତିଯୋଗିତା କାର୍ଯ୍ୟକ୍ରମ କରା ଯାଇଥିଲା। ଯଥା - ବୃତ୍ତି ଉପରେ ଅଭିନୟ ,ନାଚ ଇତ୍ୟାଦି ।ଏହି ପ୍ରତିଯୋଗିତା ରେ କୃତି ମାଆ ଏବଂ ପିଲାମାନଙ୍କୁ ମୁଖ୍ୟ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରା ଯାଇଥିଲା। ସେହିପରି ପୋଲାଙ୍ଗ ଗ୍ରାମର ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋସ୍ନା ଦିଦି, ସଲମା ଦିଦି,ୱାଡ ମେମ୍ବର ମାଳତୀ ଦିଦି, ଏଵଂ ବିଦ୍ୟାଳୟର ସଭାପତି , ଏବଂ ଅଭିଭାବକ ,କୁନି କୁନି ପିଲା ମାନେ।ଏଥିରେ ଜିଲ୍ଲା ସଂଯୋଜକ କୁମୁଦ ରଞ୍ଜନ ମହାନ୍ତି ସଭା କାର୍ଯ୍ୟକୁ ପରିଚାଳନା କରୁଥିବା ବେଳେ , ହେମନ୍ତ କୁମାର ପ୍ରଧାନ ,ପ୍ରିୟବ୍ରତ ନାୟକ,ସୌଦାମିନୀ ସାହୁ,ଅନିତା ବେହେରା, ଶାକୁଲି କଳାପାହାଡ଼ ସହଯୋଗ କରିଥିଲେ।
Article Image
14