ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶିଶୁଙ୍କ ହସଖୁସିରେ ଉତ୍ସବମୁଖର ସୁଲକ୍ଷଣା ଦେବୀ ବିଦ୍ୟାଳୟ

ଢେଙ୍କାନାଳ, 15/11/2026, ଉତ୍କଳ voice news - utkalvoicenews.com( ଢେଙ୍କାନାଳରୁ ଶୁଭମ୍ ପାଣିଙ୍କ ରିପୋର୍ଟ ) :
Article Image
ଢେଙ୍କାନାଳ ପିଏମ୍ ଶ୍ରୀ ସୁଲକ୍ଷଣା ଦେବୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆନନ୍ଦ ଉଲ୍ଲାସ ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି ଶିଶୁ ଦିବସ।
Article Image
ପ୍ରଥମେ ବିଦ୍ୟାଳୟର ପଞ୍ଚସଖାଙ୍କୁ ମାଲ୍ୟାର୍ପଣ କରାଯିବା ସହିତ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମିନତି ଦେହୁରୀ, ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ , ଛାତ୍ର ଛାତ୍ରୀ ଏଚ୍ଏମ୍‌ସି ସଦସ୍ୟ ସଦସ୍ୟା, ପରିଚାଳନା କମିଟିର ସଦସ୍ୟଙ୍କ ଉପସ୍ଥିତିରେ ଏହି ଉତ୍ସବ ପାଳନ କରାଯାଇଥିଲା। ଏହି ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପରେ ବିଭିନ୍ନ ପ୍ରତିଯୋଗିତା ଓ କାର୍ଯ୍ୟକ୍ରମରେ କୃତୀ ଛାତ୍ରୀମାନଙ୍କୁ ପୁରସ୍କାର ସହ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଏହି ଅବସରରେ ଶିଶୁ ଦିବସର ମହତ୍ତ୍ୱ ଉପରେ ଆଲୋକପାତ କରି ପ୍ରଧାନ ଶିକ୍ଷୟିତ୍ରୀ ପିଲାମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। ସେ କହିଥିଲେ, ଶିଶୁମାନେ ହେଉଛନ୍ତି ଦେଶର ଭବିଷ୍ୟତ। ସେମାନଙ୍କ ହସ, ଖୁସି, ଶିକ୍ଷା ଓ ସାମଗ୍ରିକ ବିକାଶ ଉପରେ ହିଁ ଦେଶର ଉନ୍ନତି ନିର୍ଭର କରେ। ତେଣୁ ପିଲାମାନେ କେବଳ ଆଜି ନୁହେଁ, ପ୍ରତିଦିନକୁ ସ୍ୱତନ୍ତ୍ର କରିବା ସହ ମହାପୁରୁଷମାନଙ୍କ ଆଦର୍ଶକୁ ନିଜ ଜୀବନରେ ଅନୁସରଣ କରିବା ଉଚିତ୍। ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିନକୁ ଶିଶୁ ଦିବସ ଭାବେ ପାଳନ କରାଯାଉଥିବା ବେଳେ ଶିଶୁମାନଙ୍କ ପ୍ରତି ତାଙ୍କର ଭଲପାଇବା ଓ ସ୍ନେହକୁ ଏହି ଦିବସ ମନେ ପକାଇଦିଏ। ଶେଷରେ ଉପସ୍ଥିତ ସମସ୍ତ ଅତିଥି, ଛାତ୍ରୀମାନଙ୍କୁ ଶିଶୁ ଦିବସର ଶୁଭେଚ୍ଛା ଜଣାଇବା ସହ ଉତ୍ସବର ସମାପନ କରାଯାଇଥିଲା।
7