ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ପିତା ମାତା ତଥା ଶିକ୍ଷକ ଶିକ୍ଷୟତ୍ରୀଙ୍କ କଠିନ ସହଯୋଗ କ୍ରମେ ଆଦର୍ଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ସାଇ ସଂପୂର୍ଣ୍ଣା।*

କୁଜଙ୍ଗ , 31/03/2025, ଉତ୍କଳ voice news - utkalvoicenews.com
Article Image
ଚଳିତ ବର୍ଷ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ରଶ୍ମୀ ରଂଞ୍ଜନ ବିଶ୍ଵାଳ ଓ ସସ୍ମିତା ପରିଡ଼ାଙ୍କ ଜେଷ୍ଠ କନ୍ୟା ସାଇ ସଂପୂର୍ଣ୍ଣା ୨୦୨୫ ମସିହା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଅଧ୍ୟୟନ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ବାଲିକୁଦା ବ୍ଲକ ଅନ୍ତର୍ଗତ କାଳିଓ ଗ୍ରାମର ବାସିନ୍ଦା ଅଟନ୍ତି । ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କୁଜଙ୍ଗରେ ପଞ୍ଚମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ । ଏହି ସଫଳତା ପାଇବା ପରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଶୁଭକାମନା ଜଣାଇଛନ୍ତି । ଏହି ସଫଳତା ପାଇବା ପରେ ସେ ସମସ୍ତ ଶ୍ରେୟ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ, ପିତା, ମାତାଙ୍କୁ ପ୍ରଦାନ କରିଛନ୍ତି । ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।
Article Image
1