ଜଗତସିଂହପୁର, 15/11/2026, ଉତ୍କଳ voice news - utkalvoicenews.comଲେଖକ : ଲକ୍ଷ୍ମୀଧର ପ୍ରଧାନ :
ଶିଶୁ ଶ୍ରମ, ବାଲ୍ୟବିବାହ, ଶୋଷଣ ଓ ନିର୍ଯାତନା ଭଳି ସାମାଜିକ ବ୍ୟାଧିରୁ ଶିଶୁମାନଙ୍କୁ ମୁକ୍ତ ରଖିବା ସହ ସେମାନଙ୍କ ଅଧିକାର ଓ ପ୍ରତିଭାର ସୁରକ୍ଷା କରିବା ଆମର ନୈତିକ କର୍ତ୍ତବ୍ୟ। ପ୍ରତ୍ୟେକ ଶିଶୁ ନିଜ ଇଚ୍ଛା, ଆଗ୍ରହ ଓ ପ୍ରତିଭା ଅନୁଯାୟୀ ଆଗକୁ ବଢ଼ିବାର ସୁଯୋଗ ପାଇବା ଉଚିତ।
ସେହିପରି ଶିଶୁମାନେ ମଧ୍ୟ ନିୟମିତ ପାଠପଢ଼ିବା, ଶୃଙ୍ଖଳା ରକ୍ଷା କରିବା, ଗୁରୁଜନଙ୍କୁ ସମ୍ମାନ ଦେବା ଓ ଜଣେ ଉତ୍ତମ ନାଗରିକ ହେବା ପାଇଁ ଉଦ୍ୟମ କରିବା ଆବଶ୍ୟକ।
ପରିଶେଷରେ କୁହାଯାଇପାରେ, ଶିଶୁ ଦିବସ କେବଳ ଏକ ଉତ୍ସବ ନୁହେଁ, ବରଂ ଶିଶୁମାନଙ୍କ ପ୍ରତି ଆମର ଦାୟିତ୍ୱ ଓ କର୍ତ୍ତବ୍ୟକୁ ସ୍ମରଣ କରାଇଦେବାର ଏକ ମହତ୍ତ୍ୱପୂର୍ଣ୍ଣ ଅବସର। ଆସନ୍ତୁ, ଆମେ ସମସ୍ତେ ମିଶି ଏପରି ଏକ ସମାଜ ଗଢ଼ିବା, ଯେଉଁଠାରେ ପ୍ରତ୍ୟେକ ଶିଶୁ ଭୟମୁକ୍ତ ପରିବେଶରେ ବଢ଼ିବା ସହ ନିଜ ସ୍ୱପ୍ନକୁ ସାକାର କରିବାର ସୁଯୋଗ ପାଇବ। କାରଣ ଆଜିର ଶିଶୁ ହିଁ ଆସନ୍ତାକାଲିର ସମୃଦ୍ଧ ଭାରତର ନିର୍ମାତା।
ଲେଖକ: ଲକ୍ଷ୍ମୀଧର ପ୍ରଧାନ
ଅଧ୍ୟାପକ, ରାଜନୀତି ବିଜ୍ଞାନ
ବିଜୁ ପଟ୍ଟନାୟକ କନିଷ୍ଠ ମହାବିଦ୍ୟାଳୟ
ଆଶ୍ରମପାଟଣା, ଜଗତସିଂହପୁର ( ମୋବାଇଲ: ୮୯୧୭୫୮୨୬୪୭ )