ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସାବିତ୍ରୀ ଦେବୀ ମହାବିଦ୍ୟାଳୟରେ ଶିଶୁଙ୍କ ମୁହଁରେ ଫୁଟିଲା ହସ

ସାଲେପୁର / ଶିଶୁଆ, 15/11/2026, ଉତ୍କଳ voice news - utkalvoicenews.com
Article Image
ତାରିଖ – ୧୪/୧୧/୨୦୨୬ : ଉଲ୍ଲେଖଯୋଗ୍ୟ ଯେ, ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିନ ନଭେମ୍ବର ୧୪କୁ ତାଙ୍କର ଶିଶୁମାନଙ୍କ ପ୍ରତି ଅଗାଢ଼ ସ୍ନେହ ଓ ଭଲପାଇବାର ସ୍ମୃତିରେ ଶିଶୁ ଦିବସ ଭାବେ ପାଳନ କରାଯାଏ। ପିଲାମାନଙ୍କ ଗହଣରେ ସେ 'ଚାଚା ନେହେରୁ' ଭାବେ ପରିଚିତ ଥିଲେ। ଶିଶୁମାନେ ହେଉଛନ୍ତି ଦେଶର ଭବିଷ୍ୟତ। ସେମାନଙ୍କ ମଧ୍ୟରେ ଲୁଚି ରହିଛି ଏକ ସୁନ୍ଦର ସମାଜ ଓ ସମୃଦ୍ଧ ରାଷ୍ଟ୍ର ଗଠନର ସ୍ୱପ୍ନ। ତେଣୁ ପ୍ରତ୍ୟେକ ଶିଶୁଙ୍କୁ ଉତ୍ତମ ଶିକ୍ଷା, ସଂସ୍କାର ଓ ସମାନ ସୁଯୋଗ ପ୍ରଦାନ କରିବା ସମାଜର ସାମୂହିକ ଦାୟିତ୍ୱ। ସାବିତ୍ରୀ ଦେବୀ ବିଜ୍ଞାନ ମହାବିଦ୍ୟାଳୟର ଏହି ନିଆରା ଆୟୋଜନ ଛାତ୍ରଛାତ୍ରୀଙ୍କ ମନରେ ଖୁସି ଓ ନୂତନ ଉତ୍ସାହ ଭରିଦେବା ସହ ଶିକ୍ଷକ-ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ନେହ ଓ ସମ୍ପର୍କକୁ ଆହୁରି ନିବିଡ଼ କରିଥିଲା।
Article Image
19