ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବରିଷ୍ଟ ଆଇନଜୀବୀ ସଞ୍ଜୟ କୁମାର ବେହେରା ପାରାଦୀପ ରୋଗୀ କଲ୍ୟାଣ ସମିତି ର ସଭ୍ୟ ଭାବେ ମନୋନୀତ l

ପାରାଦୀପ, 31/03/2025, ଉତ୍କଳ voice news - utkalvoicenews.com
Article Image
ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଙ୍କୁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର, ପାରାଦୀପ ରୋଗୀ କଲ୍ୟାଣ ସମିତି ର ସଭ୍ୟ ଭାବେ ମନୋନୀତ କରାଯାଇଛି l ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ଙ୍କ ସୁପାରିସ ଆଧାରରେ ଜିଲ୍ଲାପାଳ ଜଗତସିଂହପୁର ବରିଷ୍ଟ ଆଇନଜୀବୀ ସଞ୍ଜୟ କୁମାର ବେହେରା ଙ୍କ ସମେତ ଶ୍ରୀଯୁକ୍ତ ଯୁଗଳ କିଶୋର ପ୍ରଧାନ ଓ ପାରାଦୀପ ବିଜେପି ମଣ୍ଡଳ ସଭାପତି ଶ୍ରୀଯୁକ୍ତ ସୁବ୍ରତ କୁମାର ପ୍ରଧାନ କୁ ମନୋନୀତ କରାଯାଇଛି l ବନ୍ଦର ନଗରୀ ପାରାଦୀପ ରେ ଥିବା ଏହି ପୁରାତନ ଗୁରୁତ୍ୱପୂର୍ଣ୍ଣ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଦୈନଦିନ ଶହଶହ ସଂଖ୍ୟାରେ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି l ଶ୍ରୀଯୁକ୍ତ ବେହେରା ଙ୍କୁ ରୋଗୀ କଲ୍ୟାଣ ସମିତି ର ସଭ୍ୟ ଭାବରେ ନିଯୁକ୍ତି ପ୍ରଦାନ କରା ଯାଇଥିବାରୁ ପାରାଦୀପ - କୁଜଙ୍ଗ ଅଞ୍ଚଳର ଅଧିବାସୀ ମାନେ ଖୁସି ବ୍ୟକ୍ତ କରିଛନ୍ତି l ତାଙ୍କୁ ପାରାଦୀପ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ର ରୋଗୀ କଲ୍ୟାଣ ସମିତି ର ସଭ୍ୟ ଭାବେ ମନୋନୀତ କରିଥିବାରୁ ଶ୍ରୀଯୁକ୍ତ ବେହେରା ଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି l ରୋଗୀ ମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରି ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଉପରେ ଗୁରୁତ୍ବ ପ୍ରଦାନ କରାଯିବ ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି l
Article Image
1