ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାହାମାରେ କଂଗ୍ରେସର ‘ଚୌପାଲ’ ବୈଠକ

ରାହାମା, 15/11/2026, ଉତ୍କଳ voice news - utkalvoicenews.com( ଦେବାଶିଷ ଅକ୍ଷୟ କୁମାର ମହାନ୍ତି ) :
Article Image
ତା - ୧୪/୧୧ : ‘ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ’ ଅଭିଯାନରେ ଅଖିଳ ଭାରତୀୟ କଂଗ୍ରେସ କମିଟି ଓ ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ କୁଜଙ୍ଗ ବ୍ଲକ କଂଗ୍ରେସ ପକ୍ଷରୁ ରାହାମା ବଜାରସ୍ଥିତ ମାଉସୀ ମା' ମନ୍ଦିର ପ୍ରାଙ୍ଗଣରେ ଏକ ଭୋଟ ଜନସଚେତନତା ସଭା ‘ଚୌପାଲ ବୈଠକ’ ଅନୁଷ୍ଠିତ ହୋଇଯାଇଛି।କୁଜଙ୍ଗ ବ୍ଲକ କଂଗ୍ରେସ ସଭାପତି ଶ୍ରୀକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଶାସକ ଦଳ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ବ୍ୟବହାର କରି ଏସ୍‌ଆଇଆର୍‌ ଜରିଆରେ ଭୋଟ ଚୋରି କରୁଥିବା ନେଇ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଥିଲା। ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ନିମନ୍ତେ ମୁଖ୍ୟ ନିର୍ବାଚନ କମିସନରଙ୍କୁ ପଦରୁ ହଟାଇବା ପାଇଁ ଦଳ ପକ୍ଷରୁ ଜନସମର୍ଥନ ଲୋଡ଼ାଯାଇଥିଲା।ଏହି ଅବସରରେ ଜୋନ୍‌-୧ ଓ ଜୋନ୍‌-୨ରୁ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇ ‘ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ’ ସ୍ଲୋଗାନ ଦେଇଥିଲେ। ସାଧାରଣ ଜନତାଙ୍କୁ ଭୋଟ ଚୋରି ଅଭିଯୋଗ ସମ୍ପର୍କରେ ସଚେତନ କରିବା ପାଇଁ ପ୍ରଚାରପତ୍ର ମଧ୍ୟ ବଣ୍ଟନ କରାଯାଇଥିଲା।କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଭାପତି ଦେବପ୍ରସାଦ ନାୟକ ଯୋଗଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ପାରାଦୀପ ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ଆଡଭୋକେଟ୍ ନିରଞ୍ଜନ ନାୟକ ଯୋଗଦେଇଥିଲେ।
Article Image
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସେବାଦଳ ଅଧ୍ୟକ୍ଷ ସଞ୍ଜୟ ସ୍ୱାଇଁ, କୁଜଙ୍ଗ ବ୍ଲକ ଜୋନ୍‌-୨ ସଭାପତି ପ୍ରଦୀପ କୁମାର ବେଉରା, ବ୍ଲକ କଂଗ୍ରେସ ସାଧାରଣ ସମ୍ପାଦକ ମନୋରଞ୍ଜନ ପଣ୍ଡା, ପ୍ରବୀର ମହାନ୍ତି, ବିଶ୍ୱନାଥ ମଲ୍ଲିକ, ମୋହନ ଚରଣ ଦାଶ, ନିହାର ରଞ୍ଜନ ଦାସ, ସ୍ୱରୂପ ବିଶ୍ୱାଳ, ନଭେନ୍ଦୁ ରଞ୍ଜନ ବେହେରା, ସାରଦା ମନ୍ତ୍ରୀ, ସ୍ୱାଧୀନ ସଂଗ୍ରାମ ପାଲ, ନୃସିଂହ ଚରଣ ପ୍ରଧାନ, ମନୋଜ ପ୍ରଧାନ, ବାଦଲ ବେହେରା,କୃଷ୍ଣଚନ୍ଦ୍ର ବାରିକ, ସୁରେନ୍ଦ୍ର ଦାସ, ପ୍ରଫୁଲ୍ଲ ଦଳେଇ, ନିରଞ୍ଜନ ଦାସ, ଆଶୁତୋଷ ଲେଙ୍କା, ପବିତ୍ର ମୋହନ ପରିଜା, ବିଭୁଦତ୍ତ ଦାସ, ପ୍ରକାଶ ସ୍ୱାଇଁ ଓ ଅମିତ ଦାସଙ୍କ ସମେତ ବହୁ ସ୍ଥାନୀୟ ନେତୃବୃନ୍ଦ ଓ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।
11