ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପ୍ରଥମ ଓଡ଼ିଶା ଫାଉଣ୍ଡେସନ ପକ୍ଷରୁ ନିଆରା ଢଙ୍ଗରେ ଶିଶୁ ଦିବସ ପାଳିତ

ରାହାମା, 15/11/2026, ଉତ୍କଳ voice news - utkalvoicenews.com( ରାହାମା ରୁ ଦେବାଶିଷ ଅକ୍ଷୟ କୁମାର ମହାନ୍ତି ଙ୍କ ରିପୋର୍ଟ ) :
Article Image
ତା - ୧୪/୧୧ : ପ୍ରଥମ ଓଡ଼ିଶା ଫାଉଣ୍ଡେସନ ପକ୍ଷରୁ ଆନନ୍ଦ ଉଲ୍ଲାସ ଓ ଉତ୍ସାହର ସହ ଶିଶୁ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆଖପାଖ ଗ୍ରାମର ବହୁ ଶିଶୁ, ମାଆ, ଅଭିଭାବକ ଓ ଗ୍ରାମବାସୀ ଯୋଗଦେଇ କାର୍ଯ୍ୟକ୍ରମକୁ ଉତ୍ସବମୁଖର କରିଥିଲେ।କାର୍ଯ୍ୟକ୍ରମରେ ଶିଶୁମାନେ ନିଜ ନିଜର ସ୍ୱପ୍ନ ଓ ଭବିଷ୍ୟତର ଲକ୍ଷ୍ୟକୁ ଗଛର ପତ୍ର ଓ ଫୁଲ ମାଧ୍ୟମରେ ଅଭିନବ ଢଙ୍ଗରେ ପ୍ରକାଶ କରିଥିଲେ। ଏଥିସହ ଫ୍ୟାନ୍ସି ଡ୍ରେସ୍, ନୃତ୍ୟ, ଭଲ କାମର ଶୃଙ୍ଖଳା ଏବଂ ଶିଶୁଙ୍କ ଗଠନରେ ମାଆଙ୍କ ଭୂମିକା ଆଦି ବିଷୟକୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।ଏହା ସହିତ ଶିଶୁଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ସୁରକ୍ଷା ଓ ଅଧିକାର ସମ୍ପର୍କରେ ଉପସ୍ଥିତ ଅଭିଭାବକ ଓ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା। ବାଲ୍ୟବିବାହ, ଶିଶୁ ଶ୍ରମ ଓ ଶିଶୁ ନିର୍ଯାତନା ଭଳି ସାମାଜିକ ସମସ୍ୟାରୁ ଶିଶୁମାନଙ୍କୁ ସୁରକ୍ଷା ଦେବା ଦିଗରେ ପରିବାର ଓ ସମାଜର ଗୁରୁଦାୟିତ୍ୱ ରହିଥିବା ନେଇ ଗୁରୁତ୍ୱାରୋପ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏଥିରେ ସରପଞ୍ଚ, ୱାର୍ଡ ସଭ୍ୟ ଓ ପ୍ରଧାନ ଶିକ୍ଷକ ଯୋଗଦେଇ ପ୍ରଥମ ଓଡ଼ିଶାର ଏଭଳି ଅଭିନବ ଓ ଶିଶୁକୈନ୍ଦ୍ରିକ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ। ପ୍ରଥମା ଫାଉଣ୍ଡେସନ ର ଅଭିମନ୍ୟୁ ଜେନାଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ସଂଯୋଜକ ବିଶ୍ୱ ରଞ୍ଜନ ସ୍ୱାଇଁଙ୍କ ସମେତକର୍ମକର୍ତ୍ତା ଗୌତମ ପାଗଡ଼, ସୁବାସ ବେହେରା, ବନପ୍ରିୟା ଶାସମଲ, ସୁହାସିନୀ ସାହୁ, ବେବିନା ଲେଙ୍କା, ଲକ୍ଷ୍ମୀପ୍ରିୟା ସାହୁ, ମନୀଷା ବେହୁରା ଓ ପ୍ରିୟଙ୍କା ପାଣି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
8