ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସାହିତ୍ୟ ଆସରରେ କବିତାର ମହକ, ମନ ଜିଣିଲା କବିଙ୍କ ସୃଜନୀ

ଜଗତସିଂହପୁର, 15/11/2026, ଉତ୍କଳ voice news - utkalvoicenews.com( କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ ) :
Article Image
ନବକାକାଳି ସାହିତ୍ୟ ସଂସ୍କୃତି ପରିଷଦର ମାସିକ ସାହିତ୍ୟ ଆସର ଅବସରରେ ବଣମଲ୍ଲୀ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଏକ କବିତା ପାଠୋତ୍ସବ ଓ ଆଲୋଚନା ଚକ୍ର କନ୍ତାର ଗ୍ରାମସ୍ଥିତ କେଳିକାଞ୍ଚନ ରତ୍ନାକର ପାଠାଗାର ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ଡ. ସୁରେନ୍ଦ୍ର ନାଥ ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସାହିତ୍ୟ ସମାରୋହରେ ବାଲିଘର ଫାଉଣ୍ଡେସନର ଅଧ୍ୟକ୍ଷ କୈଳାସ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି, ସାହିତ୍ୟିକ ବଂଶୀଧର ବେହେରା ମୁଖ୍ୟବକ୍ତା ଏବଂ ପ୍ରଦୀପ୍ତ କୁମାର ପାଳ ଓ କବି ନୀଳକଣ୍ଠ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ କାର୍ତ୍ତିକ ମାସର ମାହାତ୍ମ୍ୟ ସହିତ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଆଦର୍ଶ ଓ ଜୀବନଦର୍ଶନ ଉପରେ ଆଲୋକପାତ କରିଥିଲେ। ସମ୍ପାଦକୀୟ ବିବରଣୀ ଶ୍ରୀମତୀ ମନୋରମା ଦାଶ ପାଠ କରିଥିଲେ। କବି ସବ୍ୟସାଚୀ ତ୍ରିପାଠୀଙ୍କ ସଂଯୋଜନାରେ ୨୭ ଜଣ କବି ନିଜସ୍ୱ ସୃଷ୍ଟିର କବିତା ପାଠ କରିଥିଲେ। ପଠିତ କବିତାଗୁଡ଼ିକର ସମୀକ୍ଷା କରିଥିଲେ କବି ରମେଶ ଚନ୍ଦ୍ର ବେହେରା। ଏହି ଅବସରରେ କବି ବେଣୁଧର ବେହେରା, ପୁରୁଷୋତ୍ତମ ଦାସ, ଗଗନ ବିହାରୀ ବେହେରା, ହୃଦାନନ୍ଦ ବାରିକ ଓ ଜୟଶ୍ରୀ ମିଶ୍ରଙ୍କ କବିତା ବେଶ୍ ହୃଦୟଗ୍ରାହୀ ହୋଇଥିଲା। ଶେଷରେ କବି ଜ୍ଞାନ ରଞ୍ଜନ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିବା ସହ ସାହିତ୍ୟ ଓ କବିତାର ଏହି ମିଳନ ଆସରର ପରିସମାପ୍ତି ଘଟିଥିଲା।
11