ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାତ୍ରିକାଳୀନ ପାଟ୍ରୋଲିଂ ବେଳେ ୪ ବାଲି ବୋଝେଇ ହାଇୱା ଜବତ, ୪ ଡ୍ରାଇଭର କୋର୍ଟ ଚାଲାଣ

ତିର୍ତ୍ତୋଲ, 15/11/2026, ଉତ୍କଳ voice news - utkalvoicenews.com( ସୁମିତ୍ରା ସେନାପତି ଙ୍କ ରିପୋର୍ଟ ) :
Article Image
ତାରିଖ – ୧୫/୧୧/୨୦୨୬ : ବେଆଇନ ବାଲି ପରିବହନ ଉପରେ ତିର୍ତ୍ତୋଲ ପୋଲିସ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। ରବିବାର ରାତ୍ରିକାଳୀନ ପାଟ୍ରୋଲିଂ ସମୟରେ ଥାନାଗଡ଼ ଅଞ୍ଚଳରେ ବାଲି ବୋଝେଇ ୪ଟି ହାଇୱା ଗାଡ଼ିକୁ ପୋଲିସ ଅଟକାଇ ଜବତ କରିବା ସହ ୪ ଜଣ ଡ୍ରାଇଭରଙ୍କୁ ଗିରଫ କରିଛି। ପୋଲିସ ସୂଚନା ଅନୁଯାୟୀ, ୧୫ ନଭେମ୍ବର ୨୦୨୬ ରାତିରେ ଥାନାଗଡ଼ ଅଞ୍ଚଳରେ ପାଟ୍ରୋଲିଂ ଚାଲିଥିବା ବେଳେ ତିର୍ତ୍ତୋଲ ପଟୁ ଗୋଟିଏ ପରେ ଗୋଟିଏ ୪ଟି ବାଲି ବୋଝେଇ ହାଇୱା ଆସୁଥିବା ଦେଖି ପୋଲିସ ଅଟକାଇଥିଲା। ଯାଞ୍ଚ ସମୟରେ ଗାଡ଼ିଗୁଡ଼ିକର ଡ୍ରାଇଭରମାନେ ବାଲି ପରିବହନ ସମ୍ପର୍କିତ ବୈଧ ଟ୍ରାନ୍‌ଜିଟ୍ ପାସ୍ କିମ୍ବା ଆବଶ୍ୟକୀୟ କାଗଜପତ୍ର ଦେଖାଇ ପାରିନଥିଲେ। ପଚରାଉଚରା ବେଳେ ସେମାନେ ନିଜ ଗାଡ଼ି ମାଲିକଙ୍କ ନିର୍ଦ୍ଦେଶରେ ହାଜିପୁର ବାଲି ସୈରାତରୁ ବାଲି ଲୋଡ୍ କରିଥିବା କହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଜବତ ହୋଇଥିବା ହାଇୱା ଗାଡ଼ିଗୁଡ଼ିକ ହେଲା OD-05-CD-5922, OD-05-Y-5617, OD-04-R-4731 ଏବଂ OD-21-M-7677। ଏହି ଗାଡ଼ିଗୁଡ଼ିକର ଡ୍ରାଇଭର ଭାବେ ଲୋଟନ କୁମାର ସାହୁ, ଆଶିଷ ମଲ୍ଲିକ, ସୌମ୍ୟ ରଞ୍ଜନ ମଲ୍ଲିକ ଓ ଦିଲ୍ଲୀପ କୁମାର ମଲ୍ଲିକଙ୍କୁ ପୋଲିସ ଅଟକ ରଖିଥିଲା। ପୋଲିସ ସାକ୍ଷୀ ଏସ୍‌ଆଇ ମାନସ ହେମ୍ବ୍ରମ ଓ ହାବିଲଦାର ଅଭିମନ୍ୟୁ ପୃଷ୍ଟିଙ୍କ ଉପସ୍ଥିତିରେ ରାତି ୨ଟା ୧୦ରୁ ୨ଟା ୨୫ ମଧ୍ୟରେ ପୃଥକ୍ ପୃଥକ୍ ଜବତ ତାଲିକା ଅନୁଯାୟୀ ୪ଟି ହାଇୱା ଜବତ କରାଯାଇଥିଲା। ପରେ ଗାଡ଼ି ସହ ୪ ଡ୍ରାଇଭରଙ୍କୁ ତିର୍ତ୍ତୋଲ ଥାନାକୁ ଅଣାଯାଇ ଆଇନଗତ ପଦକ୍ଷେପ ନିଆଯାଇଥିଲା। ଏହି ଘଟଣାକୁ ନେଇ ତିର୍ତ୍ତୋଲ ଥାନାରେ କେସ୍ ନଂ-୪୯୯, ତାରିଖ ୧୫.୧୧.୨୦୨୬ରେ ବିଏନ୍‌ଏସ୍‌ ୨୦୨୩ର ଧାରା ୧୧୨(୨)/୬୧(୨)/୩୦୩(୨)/୩(୫) ଏବଂ ଓଏମ୍‌ଏମ୍‌ସି ନିୟମ ୨୦୧୬ର ଧାରା ୫୧(୧) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଗିରଫ ୪ ଅଭିଯୁକ୍ତ ଡ୍ରାଇଭରଙ୍କୁ ଆଜି ମାନ୍ୟବର ଅଦାଲତକୁ ଚାଲାଣ କରାଯାଇଛି। ଏହି ବେଆଇନ ବାଲି ପରିବହନ ଘଟଣାରେ ସମ୍ପୃକ୍ତ ଗାଡ଼ି ମାଲିକ ଓ ଅନ୍ୟ ବ୍ୟକ୍ତିଙ୍କ ଭୂମିକା, ସମ୍ଭାବ୍ୟ ସଂଗଠିତ ଚକ୍ର ଓ ଅପରାଧିକ ଷଡ଼ଯନ୍ତ୍ର ସମ୍ପର୍କରେ ପୋଲିସ ତଦନ୍ତ ଜାରି ରଖିଛି।
11