ଏରସମା, 31/03/2025, ଉତ୍କଳ voice news - utkalvoicenews.com
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ,ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ରାଜ୍ୟ ସରକାରଙ୍କ ଅନ୍ତ୍ୟୋଦୟ ଗ୍ରୃହ ଯୋଜନାର ଶୁଭାରମ୍ଭ ଅବସରରେ,ଏରସମା ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଏକ ଅନ୍ତ୍ୟୋଦୟ ଗ୍ରୃହ ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଆୟୋଜିତ କାର୍ଯ୍ଯକ୍ରମରେ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ବିଧାୟକ ସାରଦା ପ୍ରସନ୍ନ ଜେନା,ଏରସମା ବିଡ଼ିଓ ଦାସରଥି ଜେନା,ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର,ଉପାଧ୍ୟକ୍ଷ ବିକାଶ କୁମାର ପରିଡା, ଏରସମା ବ୍ଲକ ବିଜେଡି ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ପିତବାସ ଗୋଚ୍ଛାୟତ, ପ୍ରଣବ କୁମାର ସ୍ଵାଇଁ, ଜିଲ୍ଲା ପରିଷଦ ସଭ୍ୟା ରାଣୀ ଟୁଡୁଙ୍କ ସମେତ ବିଭିନ୍ନ ପଞ୍ଚାୟତର ପି ଆର୍ ଆଇ ମେମ୍ବର,ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଓ ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦେଇ ଆଭାସି ମାଧ୍ୟମରେ ଶୁଭାରମ୍ଭ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିଥିଲେ।ଏହି ଅବସରରେ ବିଭିନ୍ନ ପଞ୍ଚାୟତର ୩୦ ଜଣ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗ୍ରୃହ ଯୋଜନାର କାର୍ଯ୍ୟାଦେଶ ପ୍ରଧାନ କରାଯାଇଛି। ବି ପି ସି ଲକ୍ଷ୍ମୀନାରାୟଣ ବାଣୁଆ ଓ ବି ପି ଏ କାର୍ତ୍ତିକ ଦାସ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।