ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବରିଷ୍ଠଙ୍କ ଚିନ୍ତାଧାରାରେ ସମାଜ ପରିବର୍ତ୍ତନର ସ୍ୱର, ବାଲିକଣିରେ ବାର୍ଷିକ ଉତ୍ସବ।

ରାହାମା, 16/11/2026, ଉତ୍କଳ voice news - utkalvoicenews.com( କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ ) :
Article Image
ତାରିଖ : ୧୫/୧୧/୨୦୨୬ : କୁଜଙ୍ଗ ବ୍ଲକ ଅନ୍ତର୍ଗତ ବାଲିକଣି ପଞ୍ଚାୟତ ଅବସରପ୍ରାପ୍ତ କର୍ମଚାରୀ ମହାସଂଘର ପଞ୍ଚଦଶ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ସଂଘର କାର୍ଯ୍ୟକାରୀ ସଭାପତି ସନ୍ତୋଷ କୁମାର ମହାନ୍ତିଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ପ୍ରାରମ୍ଭରେ ଶ୍ରୀମଦ୍‌ଭଗବଦ୍‌ଗୀତା ପାଠ ସହ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଅବସରରେ ପଞ୍ଚାୟତର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା ସହ ମହାସଂଘରେ ନୂତନ ଭାବେ ଯୋଗଦେଇଥିବା ସଦସ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ, ସମାଜସୁଧାରକ ତଥା ଜ୍ୟୋତିର୍ବିଦ୍ ଡ. ଅରୁଣ କୁମାର ପାଣି ଯୋଗଦେଇ କହିଥିଲେ ଯେ, ବରିଷ୍ଠ ନାଗରିକମାନେ ସମାଜର ଅଭିଜ୍ଞ ମାର୍ଗଦର୍ଶକ। ସମାଜ ପରିବର୍ତ୍ତନର ସଂକଳ୍ପ ନେବା ସହ ଯୁବପିଢ଼ିଙ୍କୁ ନିଶା ଓ ମାଦକଦ୍ରବ୍ୟର କୁପ୍ରଭାବରୁ ଦୂରେଇ ରଖିବା ଦିଗରେ ସେମାନେ ସଚେତନତା ସୃଷ୍ଟି କରିବା ଆବଶ୍ୟକ। ଏକ ସୁସ୍ଥ, ସୁନ୍ଦର ଓ ନିଶାମୁକ୍ତ ସମାଜ ଗଠନରେ ବରିଷ୍ଠ ନାଗରିକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତପ୍ରକାଶ କରିଥିଲେ। ମୁଖ୍ୟବକ୍ତା ଭାବେ ଓଡ଼ିଶା ସାମ୍ବାଦିକ ସଂଘର ରାଜ୍ୟ ସମ୍ପାଦକ ତଥା ଆଇନଜୀବୀ ଡ. ସୁନାକର ବେହେରା ଯୋଗଦେଇ ନିଜର ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଘର ସଭାପତି ତ୍ରିଲୋଚନ ଚୌଧୁରୀ, ସମ୍ପାଦକ ରବୀନ୍ଦ୍ର ମହାପାତ୍ର, ଈଶ୍ୱର ଚନ୍ଦ୍ର ପାଣି, ମଦନ ମୋହନ ରାଉତ, ସଚ୍ଚିଦାନନ୍ଦ ମହାପାତ୍ର, ପ୍ରଦୀପ ସାମନ୍ତରାୟ, ନିରଞ୍ଜନ ନାୟକ, ମୋହନ ପଲାଇ, ବଂଶୀଧର ପଟ୍ଟନାୟକ, ବିଜୟ ରାଉତ, ଅମୂଲ୍ୟ ମହାପାତ୍ର, ନୃସିଂହ ଚରଣ ଦାସ, ନାରାୟଣ ସ୍ୱାଇଁ, ଶୈଳବାଳା ସାମନ୍ତରାୟ ଓ ତ୍ରିବିକ୍ରମ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ କୃତୀ ଛାତ୍ରଛାତ୍ରୀ ସୋନାଲି ସେଠୀ, ବର୍ଷା ପ୍ରିୟଦର୍ଶିନୀ ଓ ଆଦିତ୍ୟ ସ୍ୱାଇଁଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ଅର୍ଜୁନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତଙ୍କ ମିଳିତ କଣ୍ଠରେ 'ବନ୍ଦେ ଉତ୍କଳ ଜନନୀ' ଗାନ ସହ ଉତ୍ସବର ପରିସମାପ୍ତି ଘଟିଥିଲା।
9