ଢେଙ୍କାନାଳ, 16/11/2026, ଉତ୍କଳ voice news - utkalvoicenews.com( ଢେଙ୍କାନାଳରୁ ଶୁଭମ୍ ପାଣିଙ୍କ ରିପୋର୍ଟ ) :

ତାରିଖ – ୧୫/୧୧/୨୦୨୬ : ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ରାଇବୋଲ ପଞ୍ଚାୟତର କୋରିଆପାଳ ସେବାଶ୍ରମରେ ମହାନ ଆଦିବାସୀ ଜନନାୟକ ବୀର୍ସା ମୁଣ୍ଡାଙ୍କ ସ୍ମୃତିରେ ଜନଜାତି ଗୌରବ ଦିବସ ପାଳିତ ହୋଇଯାଇଛି।
ଏହି ଅବସରରେ ବୀର୍ସା ମୁଣ୍ଡାଙ୍କ ତ୍ୟାଗ, ସଂଘର୍ଷ ଓ ଆଦିବାସୀ ସମାଜ ପ୍ରତି ତାଙ୍କର ଅବଦାନକୁ ସ୍ମରଣ କରାଯାଇଥିଲା।
ଏଥିସହ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆକର୍ଷଣୀୟ ନୃତ୍ୟ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। କାର୍ଯ୍ୟକ୍ରମରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।
ଏହି ଉତ୍ସବରେ ରାଇବୋଲ ସରପଞ୍ଚ ଶାନ୍ତନୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସେବାଶ୍ରମର ପ୍ରଧାନଶିକ୍ଷକ ବୈକୁଣ୍ଠନାଥ ମୁଣ୍ଡା, ୱାର୍ଡ ସଭ୍ୟ ହୃଷୀକେଶ ଦେହୁରୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିଷ୍ଣୁଚରଣ ପ୍ରଧାନ, ରାମ ପ୍ରଧାନ, ଗତିକୃଷ୍ଣ ପ୍ରଧାନ ଓ ସନ୍ତୋଷ କୁମାର ମହନ୍ତ ଉପସ୍ଥିତ ଥିଲେ। ସେହିପରି ସହକାରୀ ଶିକ୍ଷକ ଅଲେଖ ପ୍ରସାଦ ପ୍ରଧାନ, ଦାଶରଥି ନାଏକ, ଗୋପବନ୍ଧୁ ମାର୍ଣ୍ଡି, ବିନ୍ଦୁଲତା ମହନ୍ତ ଓ ସନ୍ଧ୍ୟାରାଣୀ ପ୍ରଧାନଙ୍କ ସମେତ ଅନ୍ୟମାନେ ସଭାକାର୍ଯ୍ୟ ଓ ଆୟୋଜନରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆଦିବାସୀ ସଂସ୍କୃତି, ପରମ୍ପରା ଓ ମହାନ ଜନନାୟକଙ୍କ ଜୀବନାଦର୍ଶକୁ ନୂତନ ପିଢ଼ି ନିକଟରେ ପହଞ୍ଚାଇବାର ଏକ ସୁନ୍ଦର ପ୍ରୟାସ ହୋଇଥିଲା।