ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗାଁ ସାଥୀଙ୍କ ହକ୍ ପାଇଁ ଏକଜୁଟ ହେଲା ସଂଘ, ଦାବି ପୂରଣ ନହେଲେ ବିଧାନସଭା ସମ୍ମୁଖରେ ଧାରଣା ଚେତାବନୀ

ଜଗତସିଂହପୁର, 16/11/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁରରୁ ରୀତା ସାହୁଙ୍କ ରିପୋର୍ଟ ) :
Article Image
ତାରିଖ – ୧୬/୧୧/୨୦୨୬ : ଜଗତସିଂହପୁର ଜିଲ୍ଲା ପୁନଙ୍ଗ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଜଗତସିଂହପୁର ଜିଲ୍ଲା ଗାଁ ସାଥି ଆନୁକୂଲ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ଜଗତସିଂହପୁର, କେନ୍ଦ୍ରାପଡା, କଟକ ଓ ଯାଜପୁର ଜିଲ୍ଲାର ଶତାଧିକ ଗାଁ ସାଥୀ ମାନେ ଯୋଗ ଦେଇଥିଲେ । ରାଜ୍ୟ ସଭାପତି ଲଷ୍ମୀଧର ବିଶ୍ୱାଳ ଙ୍କ ନେତୃତ୍ୱରେ ଆୟୋଜିତ ଏହି ବୈଠକରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଜିଲ୍ଲା ସ୍ତରୀୟ ସଭାପତି ଓ ସମ୍ପାଦକ ଙ୍କ ଗାଁ ସାଥି ମାନେ ଯୋଗଦେଇ ତାଙ୍କର ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା କରିଥିଲେ । ତେବେ 2008 ରୁ ଏହି ଗାଁ ସାଥି ମାନେ କାର୍ଯ୍ୟ କରି ଆସୁଥିବା ବେଳେ ସରକାର ଙ୍କ ପକ୍ଷରୁ କୌଣସି ପାରିଶ୍ରମିକ ମିଳୁନାହିଁ । ପୂର୍ବ ସରକାର ଙ୍କ ସମୟରେ ଦୀର୍ଘ ବର୍ଷ ହେବ ଆନ୍ଦୋଳନ ପରେ ମଧ୍ୟ ସରକାର ଗାଁ ସାଥି ମାନଙ୍କ କଥା କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ହୋଇଛି । ତେବେ ସରକାର ପରିବର୍ତ୍ତନ ହୋଇଥିବା ବେଳେ ଗାଁ ସାଥି ଙ୍କ ଦାବି ଉପରେ ସରକାର ନିଷ୍ପତ୍ତି ନେବେ ବୋଲି ନେତୃ ମଣ୍ଡଳୀ ଆଶା ରଖିଛନ୍ତି । ତେବେ ଏହି ବୈଠକରେ ଖଗେଶ୍ବର ନାୟକ, ପ୍ରତାପ ପରିଡ଼ା, ବିଚିତ୍ର କୁମାର ମଲ୍ଲିକ, ଅଶୋକ କୁମାର ଜେନା, ପ୍ରଶାନ୍ତ କୁମାର ସେଠୀ, ପ୍ରତାପ କୁମାର ପଢ଼ିଆରୀ, ସୁରେଶ କୁମାର ସାମଲ, ବିଜୟ କୁମାର ବେହେରା, ଅରୁଣ ଦେବ ବେହେରା, ଅନନ୍ତ ଦାସ, ମହେଶ୍ୱର ପରିଡା, ସୁଚିତ୍ରା ସ୍ବାଇଁ, ରୂପଶ୍ରୀ ଦାସ, ସୁଲୋଚନା ମହାନ୍ତି, ଅନିଲ କୁମାର ଜେନା, ପ୍ରମୁଖ ରାଉତ ପ୍ରମୁଖ ଯୋଗ ଦେଇଥିଲେ ।
Article Image
Article Image
11