ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଜେପି କାର୍ଯ୍ୟକର୍ତ୍ତା ସମ୍ମିଳନୀ ଓ ମିଶ୍ରଣ ପର୍ବ

ଏରସମା, 16/11/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ୍ ଅନ୍ତର୍ଗତ ବଳେଇପୁର ପଞ୍ଚାୟତ ଭାରତୀୟ ଜନତା ପାର୍ଟି ପକ୍ଷରୁ କାର୍ଯ୍ୟକର୍ତ୍ତା ସମ୍ମିଳନୀ,ସାଂଗଠନିକ ବୈଠକ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି।ରବିବାର ସନ୍ଧ୍ୟାରେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ, ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀ ବିଜେପି ନେତା ସତ୍ୟସାରଥୀ ମହାନ୍ତି ମୂଖ୍ୟ ଅତିଥି ଭାବେ ଯୋଗଦେଇ, ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖିଆଗରେ ରଖି ଏବେ ଠାରୁ ପ୍ରସ୍ତୁତି ରହିବାକୁ ଉପସ୍ଥିତ କାର୍ଯ୍ୟକର୍ତ୍ତା ଓ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ।ୱାର୍ଡ଼ ସ୍ତରରୁ ସାଂଗଠନିକ ଶକ୍ତି ବ୍ରୃଦ୍ଧି କ୍ରମରେ ସାଧାରଣ ଲୋକମାନଙ୍କ ନିକଟରେ ପହଞ୍ଚି ସେମାନଙ୍କର ମୌଳିକ ସମସ୍ୟା ସହିତ ଜଡିତ ହୋଇ ତାହାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କହିଥିଲେ।ପାରାଦୀପ ପୂର୍ବ ଉପକୂଳ ଶ୍ରମିକ ସଂଘ ସଭାପତି ତଥା ଶ୍ରମିକ ନେତା ପ୍ରକାଶ ଚନ୍ଦ୍ର ତ୍ରିପାଠୀ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ,ତ୍ରୃଣମୂଳ ସ୍ତରରୁ ଦଳୀୟ ସଂଗଠନକୁ ମଜବୁତ ପାଇଁ ଗୁରୁତ୍ବ ଆରୋପ କହିଥିଲେ।ପ୍ରଶାନ୍ତ ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ବାଲିତୁଠ ମଣ୍ଡଳ ପ୍ରଭାରୀ ନିର୍ଲିପ୍ତ ଜେନା, ଏରସମା ମଣ୍ଡଳ ପ୍ରଭାରୀ ସଞ୍ଜୟ ପରିଡା,ବାଲିତୁଠ ମଣ୍ଡଳ ସଭାପତି ବିକ୍ରମ ଜିତ୍ ସାମନ୍ତରାୟ,ପଞ୍ଚାୟତ ପ୍ରମୁଖ ରମେଶ ଚନ୍ଦ୍ର ରାଉତ,ବିଶ୍ଵଜିତ ଦାସ, ବାଲିତୁଠ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ବଳରାମ ସ୍ଵାଇଁ,ପବିତ୍ର ସ୍ଵାଇଁ,ରମେଶ ପାଲ୍, ଲୋକନାଥ ମହାପାତ୍ର,କୁମର ନାୟକ ଓ ଉମେଶ ସ୍ଵାଇଁ ପ୍ରମୁଖ କାର୍ଯ୍ୟକର୍ତ୍ତା ମାନେ ଯୋଗଦେଇ ଥିଲେ।ଏହି ଅବସରରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବଳେଇପୁର ପଞ୍ଚାୟତ ସରପଞ୍ଚ ସୁଷମା ସ୍ଵାଇଁଙ୍କ ସମେତ ଚକୁଳିଆ,ବନିପାଟ,ଗୁରୁଗୁରିଆ ଓ ଗଡ଼କୁଜଙ୍ଗର ବିଭିନ୍ନ ଦଳର କର୍ମୀମାନେ ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ। ବିଜେପି ନେତା ଶ୍ରୀ ମହାନ୍ତି ସେମାନଙ୍କୁ ଉତ୍ତରୀୟ ପିନ୍ଧାଇ ସ୍ଵାଗତ କରିଥିଲେ।
11