ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶିକ୍ଷୟିତ୍ରୀ ଶ୍ରୀମତି କାମିନୀ କୁମାରୀ ଜେନା ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଏରସମା, 16/11/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ତା - ୧୪/୧୧ : ଜଗତସିଂହପୁର ଜିଲା ଏରସମା ବ୍ଲକ୍ ଅନ୍ତର୍ଗତ ଜିରାଇଲୋ ପଞ୍ଚାୟତସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ କିମିଲୋର ବରିଷ୍ଠ ସୁନାମଧନ୍ୟ। ଶିକ୍ଷୟତ୍ରୀ କାମିନୀ କୁମାରୀ ଜେନା ଙ୍କ ଅବସରରେ ଏକ ଭବ୍ୟ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ପ୍ରଧାନ ଶିକ୍ଷୟତ୍ରୀ ଦେବଯାନୀ ଆଚାଯ୍ୟ ଅଧ୍ୟକ୍ଷତା କରି ଶ୍ରୀମତି ଜେନା ଙ୍କ କର୍ମମୟ ଜୀବନ ସମ୍ପର୍କରେ ଗୁଣଗାନ କରିଥିଲେ । ଶ୍ରୀମତି ଜେନା ଶିକ୍ଷୟତ୍ରୀ ଭାବେ ୨୯ବର୍ଷ ସମର୍ପିତ ହୋଇଥିଲେ । ସଭା ପରିଚାଳନା କରି ଶିକ୍ଷକ ନେତା ଲୋକନାଥ ମହାନ୍ତି ଶ୍ରୀ ମତି ଜେନା ଙ୍କୁ ଏକ ଅନୁଷ୍ଠାନ ସହିତ ତୁଳନା କରିଥିଲେ । ଉକ୍ତ ସଭା ରେ ମୁଖ୍ୟ ଅଥିତି ଏ. ବି. ଓ ସମିର ରଞ୍ଜନ ସେଠି ,ମୁଖ୍ୟ ବକ୍ତା ସରପଞ୍ଚଙ୍କ ପ୍ରତିନିଧି ଅଭିଜିତ ସାହୁ , ବରଣ୍ୟ ଅଥିତି ଉତ୍ତମ କୁମାର ନାୟକ, ପ୍ରକାଶ ଚନ୍ଦ୍ର ସ୍ୱାଇଁ,ସ୍ଥବୀରା ରାଣୀ ଦାସ , ସରୋଜ କୁମାର ବେହେରା, ବୈଷ୍ଣବ ଚରଣ ବିଶ୍ୱାଳ,ଖୁଲଣା ସେଠି, ନିରୁପମା ସ୍ୱାଇଁ,ନୀଳମଣୀ ମାଝୀ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ମତି ଜେନାଙ୍କୁ ଉଚ୍ଚ ପ୍ରଶଂସା କରି ତାଙ୍କର ଅବଶିଷ୍ଟ ସମୟ ନିରାମୟ ଜୀବନ ଜାପାନ ପାଇଁ ଇଶ୍ଵରଙ୍କୁ ପ୍ରାର୍ଥନା କରିଥିଲେ।ପୂଜ୍ୟ ପୂଜା ସଂସଦ ଏରସମା ତରଫରୁ ସମ୍ପାଦକ ଶିଳ୍ପପତି ମହେଶ୍ୱର ସ୍ୱାଇଁ ଓ ଅଧକ୍ଷ ଯଯାତି କେଶରୀ ସାମନ୍ତରାୟ ମାନପତ୍ର, ପୁଷ୍ପଗୁଚ୍ଛ, ଉତ୍ତରୀୟ, ଉପଢୌକନ ପ୍ରଦାନ କରି ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ଶ୍ରୀମତି ଜେନା ଭାବବିହ୍ବଳ ହୋଇ ଅନୁଷ୍ଠାନ ପ୍ରତି ତାଙ୍କର ଚିର ଆନ୍ତରିକତା ପ୍ରଦର୍ଶନ ସହିତ ସମସ୍ତ ଅଧ୍ୟାପକ ଓ କର୍ମଚାରୀ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।
Article Image
12