ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶ୍ରୀ ଶ୍ରୀ ସିଦ୍ଧମହାପୁରୁଷ ପାଠାଗାର ଆନୁକୁଲ୍ୟରେଗୀତା ଆବୃତ୍ତି, କୁଇଜ୍ ଓ ଆଲୋଚନା ଚକ୍ର ଅନୁଷ୍ଠିତ

ଯାଜପୁର, 16/11/2026, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
Article Image
ତା - ୧୬/୧୧/୨୦୨୬ : ବଡ଼ଚଣା ବ୍ଲକ ଅନ୍ତର୍ଗତ ରଇପୁର ପଥରନାସି ସ୍ଥିତ ଶ୍ରୀ ଶ୍ରୀ ସିଦ୍ଧ ମହାପୁରୁଷ ପାଠାଗାର ଆନୁକୁଲ୍ୟରେ ରାମଦାସପୁରରେ ଗୀତା ଆବୃତ୍ତି, କୁଇଜ୍ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। ଏହାକୁ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ ବର୍ଷୀୟାନ ସମାଜସେବୀ ବସନ୍ତ କୁମାର ସ୍ବାଇଁ । ପ୍ରଥମେ ପାଠାଗାର ସମ୍ପାଦକ ହିମାଂଶୁ ଭୂଷଣ ଜେନା ପ୍ରାରମ୍ଭିକ ସୂଚନା ଓ ସଂପାଦକୀୟ ବିବରଣୀ ପ୍ରଦାନ କରିଥିଲେ।ଏହି ପ୍ରତିଯୋଗିତାରେ ଆଖପାଖ ଅଞ୍ଚଳର ୩୦ ଟି ବିଦ୍ୟାଳୟରୁ ୨୫୦ ରୁ ଅଧିକ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ। ବିଚାରକଙ୍କ ମୂଲ୍ୟାଙ୍କନ ଆଧାରରେ ଗୀତା କୁଇଜ୍ ପ୍ରତିଯୋଗିତାରେ ଅଂଶୁମାନ ସାହୁ ପ୍ରଥମ, ସୌମ୍ୟ ରଞ୍ଜନ ନାୟକ ଦ୍ଵିତୀୟ ଓ ଦେବସ୍ମିତା ଦାସ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସାନ୍ତ୍ଵନାମୂଳକ ପୁରସ୍କାର ପାଇଁ ଲକ୍ଷ୍ମୀପ୍ରିୟା ପରିଡ଼ା, ପାର୍ଥସାରଥୀ ସେନାପତି, ଅର୍ପିତା ପ୍ରିୟଦର୍ଶିନୀ ଦାସ, ରାଜକ୍ରିଷ୍ଣା ସେନାପତି ଓ ବନ୍ୟା ଦଳେଇ ଯୋଗ୍ୟ ବିବେଚିତ ହୋଇଥିଲେ। ଗୀତା ଆବୃତ୍ତି ପ୍ରତିଯୋଗିତାରେ ସମସ୍ତ ପ୍ରତିଯୋଗୀଙ୍କୁ ବିଚାରକ ମଣ୍ଡଳୀ ତିନି ଗୋଟି ସ୍ତରରେ ଯଥା ଅତି ଉତ୍ତମ, ଉତ୍ତମ ଓ ସଧାରଣ ବର୍ଗରେ ମୂଲ୍ୟାଙ୍କନ କରିଥିଲେ। ବିଚାରକ ଭାବେ ମହନ୍ତ ପଣ୍ଡିତ ଉପେନ୍ଦ୍ର ନାଥ ଦାସ, ପଣ୍ଡିତ ରଞ୍ଜନ କୁମାର ନନ୍ଦ , ପଣ୍ଡିତ ନବୀନ କିଶୋର ଦାସ ଓ ପଣ୍ଡିତ ରାଜେନ୍ଦ୍ର କୁମାର ମିଶ୍ର ଯୋଗ ଦେଇଥିଲେ। ପାଠାଗାରର ମୁଖ୍ୟ ସଂଯୋଜକ ପଣ୍ଡିତ ଭୂପେଶ କୁମାର ସେନାପତିଙ୍କ ଅଧ୍ୟକ୍ଷତାରେ ପୁରସ୍କାର ବିତରଣ ଉତ୍ସବ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ମାହାଙ୍ଗା ପୁଷ୍ପଗିରି ମହାବିଦ୍ୟାଳୟର ଇଂରାଜୀ ବିଭାଗର ମୁଖ୍ୟ ବିଶିଷ୍ଟ ସାହିତ୍ୟିକ ଡଃ ମନୋରଞ୍ଜନ ବେହୁରା, ମୁଖ୍ୟ ବକ୍ତା ବି.ବି ସ୍ଵୟଂଶାସିତ ମହାବିଦ୍ୟାଳୟ, ଚଣ୍ଡିଖୋଲ ର ଶିକ୍ଷା ବିଭାଗର ଅଧ୍ୟାପକ ମନୋଜ କୁମାର ସ୍ଵାଇଁ, ସ୍ଵତନ୍ତ୍ର ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ତ୍ରିଲୋଚନ ସେନାପତି,ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଜିଲ୍ଲା କୃଷି ଅଧିକାରୀ ବିଷ୍ଣୁ ଚରଣ ଦାସ, ଶିକ୍ଷାବିତ୍ ବାଇଧର ଜେନା, ଭାଷାବିତ୍ ଆଶୋକ କୁମାର ଭଞ୍ଜ,ସଚେତନ ନାଗରିକ ସମାଜ ର ସଭାପତି ଉମେଶ ଚନ୍ଦ୍ର ସେନାପତି, ଯୁବ ସମାଜସେବୀ ଚିତ୍ତରଞ୍ଜନ ମହାପାତ୍ର, ବିମଳ ସେନାପତି , କ୍ରୀଡ଼ା ଶିକ୍ଷକ ଓ ଯୋଗ ଗୁରୁ ମୀନକେତନ ସାହୁ ଯୋଗ ଦେଇ ଛାତ୍ରଛାତ୍ରୀଙ୍କର ଚରିତ୍ର ଗଠନ,ମୂଲ୍ୟବୋଧର ବିକାଶ ଓ ଆଧ୍ୟାତ୍ମିକ ଭାବଧାରାର ଉନ୍ମେଷ କଳ୍ପେ ଗୀତା ହିଁ ସର୍ବୋତ୍ତମ ମାଧ୍ୟମ ବୋଲି ମତବ୍ୟକ୍ତ କରିଥିଲେ। ଗୀତା କୁଇଜ୍ ପ୍ରତିଯୋଗିତାରେ ପ୍ରଥମ , ଦ୍ୱିତୀୟ ଓ ତୃତୀୟ ହୋଇଥିବା ଛାତ୍ର ଛାତ୍ରୀକୁ ପାଠାଗାର ତରଫରୁ ୨୦୦୦ ଟଙ୍କା, ୧୫୦୦ ଟଙ୍କା ଓ ୧୦୦୦ ଟଙ୍କା ଯଥାକ୍ରମେ ପ୍ରଦାନ କରିବା ସହ ପ୍ରମାଣ ପତ୍ର ପ୍ରଦାନ କରଯାଇଥିଲା। ସାନ୍ତ୍ଵନାମୂଳକ ପୁରସ୍କାର ସ୍ୱରୂପ ୫ ଜଣ ଛାତ୍ର ଛାତ୍ରୀଙ୍କୁ ୫୦୦ ଟଙ୍କା ଲେଖାଏଁ ଓ ପ୍ରମାଣ ପତ୍ର ପ୍ରଦାନ କରଯାଇଥିଲା। ଗୀତା ଆବୃତ୍ତି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ର ଛାତ୍ରୀଙ୍କୁ ବିଚାରପତିଙ୍କ ଵିଚାର ଆଧାରରେ ଅତି ଉତ୍ତମ, ଉତ୍ତମ ଓ ସାଧାରଣ ବର୍ଗରେ ବର୍ଗୀକରଣ କରି ପ୍ରମାଣପତ୍ର ପ୍ରଦାନ କରଯାଇଥିଲା। ଶିକ୍ଷା ,ସାହିତ୍ୟ ଓ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପାଠାଗାର ତରଫରୁ ଡଃ ମନୋରଞ୍ଜନ ବେହୁରା ଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର ୨୦୨୬ ଦିଆଯାଇଥିଲା।ଏହି ଅବସରରେ ରାମଦାସପୁର ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା କରଯାଇଥିଲା। ପରିଶେଷରେ ପାଠାଗାରର ପ୍ରତିଷ୍ଠାତା ସଦସ୍ୟ ଶିକ୍ଷକ ବିଜୟ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ପାଠାଗାର ତରଫରୁ ସମସ୍ତଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ହୋଇଥିଲା।ରାମଦାସପୁର ଗ୍ରାମର ଆବାଳବୃଦ୍ଧବନିତା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
11