ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବଡ଼ଚଣାରେ ବିକାଶର ଧାରା, ଏକାଧିକ ପ୍ରକଳ୍ପର ଶୁଭାରମ୍ଭ

ଯାଜପୁର, 16/11/2026, ଉତ୍କଳ voice news - utkalvoicenews.com ( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
Article Image
ତା - ୧୬/୧୧/୨୦୨୬ : ବଡଚଣା ବ୍ଲକ ଅନ୍ତର୍ଗତ ଖଏରା ଗ୍ରାମ ପଞ୍ଚାୟତ ଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ ଓ ଉଦ୍ଘାଟନ ଅନୁଷ୍ଠିତ ହୋଇଯାଇଛି।ଚଣ୍ଡିଖୋଲ ଗ୍ରାମ୍ୟଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧିନ ଡଗରପଡା ଠାରୁ ରାଜପଥ ୧୬ ଭାୟା ନୂଆଶାସନ ୩ କୋଟି ୯୬ ଲକ୍ଷ ଟଙ୍କା ଓ କଡେଇ ଛକ ଠାରୁ ନୂଆ ଶାସନ ଭାୟା ଖଏରା ୮ କୋଟି ଟଙ୍କା ବ୍ୟୟବରାଦରେ ରାସ୍ତାର ଉନ୍ନତିକରଣ କାର୍ଯ୍ୟ ବିଧାୟକ ଅମର କୁମାର ନାୟକଙ୍କ କରକମଳରେ ଶୁଭାରମ୍ଭ ହୋଇଯାଇଛି।ଏଥି ସହିତ ଖଏରା ସ୍ଥିତ ପିଏମ ଶ୍ରୀ ବଡ଼ଚଣା ଉଚ୍ଚ ବିଦ୍ୟାଳୟର ନୂତନ ଗୃହ,ଆରୋଗ୍ୟ ସେବା କେନ୍ଦ୍ର ନୂତନ ଗୃହ,ଆମ୍ବେଦକର କୁଟୀର,କଡେଇ ପ୍ରାଥମିକ ବିଦ୍ୟାଳୟ ନୁତନ ଗୁହ ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ସହ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ,ଭାଜପା ଜିଲ୍ଲା ଉପସଭାପତି ପ୍ରମୋଦ କୁମାର ଜେନା,ମଣ୍ଡଳ ସଭାପତି ବିମଳ ପ୍ରସନ୍ନ ପ୍ରଧାନ, ମାନସ ରାଉତରାୟ,ମନୋଜ ପ୍ରଧାନ, ଅଶୋକ କୁମାର ସିଂ,ବିଶ୍ଵଜିତ ସାମଲ,ପଦ୍ମନାଭ ପଣ୍ଡା, ଜିଲ୍ଲାପରିଷଦ ସଭ୍ୟ ଅରବିନ୍ଦ ସାମଲ,ଯତିନ୍ଦ୍ର ପ୍ରସାଦ ନାୟକ, ନିରଞ୍ଜନ ସେନାପତି,ନୃସିଂହ ନାରାୟଣ ଓତ୍ତା,ନିରଞ୍ଜନ ବରାଳ,ଅଭୟ ତରାଇ, ମନୋଜ ପୃଷ୍ଟିଙ୍କ ସମେତ ଶତାଧିକ ଲୋକ ଯୋଗଦେଇ ଥିଲେ।
10