ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୋକସରା ରେ କେ ଜେ ୟୁ ପକ୍ଷରୁ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ

କଳାହାଣ୍ଡି / କୋକସରା , 17/11/2026, ଉତ୍କଳ voice news - utkalvoicenews.com( ତ୍ରିନାଥ ବେଶ୍ରା ଙ୍କ ରିପୋର୍ଟ ) :
Article Image
ତା -୧୬/୧୧/୨୦୨୬ : କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସଂଘ(କେଜେୟୁ) ପକ୍ଷରୁ କୋକସରା ବ୍ଲକ ସାମ୍ବାଦିକ ସଂଘ ଆନୁକୂଲ୍ୟରେ କୁସୁମଖୁଣ୍ଟି ସ୍ଥିତ ଇନ୍ଦ୍ରାବତୀ ଡ଼ାକବଙ୍ଗଳାଠାରେ ସୋମବାର ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଛି। କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ମହମ୍ମଦ ଅଲ୍ଲୀ ଖାଁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୟପାଟଣା ବ୍ଲକ ଅଧ୍ୟକ୍ଷ ଥବିର ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବିଶିଷ୍ଟ ଅତିଥି ଭାବେ କୋକସରା ବିଡ଼ିଓ ଡ଼ଃ ହିମାଞ୍ଚଳ ମାଝୀ, ମୁଖ୍ୟବକ୍ତା ଅଧ୍ୟାପକ ସଞ୍ଜୟ ପୁରୋହିତ, ସମ୍ମାନିତ ଅତିଥି ଭାବେ କୋକସରା ତହସିଲଦାର ଚୌଡଗଙ୍ଗ ପ୍ରଧାନ, ଉପର ଇନ୍ଦ୍ରାବତୀ ବାମ କେନାଲ ଅଧିକ୍ଷଣ ଯନ୍ତ୍ରୀ ପ୍ରଣୟ ପ୍ରଧାନ, କୋକସରା ଅଗ୍ନିଶମ ବିଭାଗର ଓଆଇସି ପ୍ରସାନ୍ତ କୁମାର ବାଘ, କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ଜଗମୋହନ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ତଥା ଆଇନଜୀବୀ କୀର୍ତ୍ତନ ନାଏକ, କୋକସରା ଥାନା ଅଧିକାରୀ ଡମ୍ବରୁ ଧର ଭର୍ତିଆ ପ୍ରମୁଖ ଯୋଗ ଦେଇଥିଲେ। କୋକସରା ବ୍ଲକ ସାମ୍ବାଦିକ ସଂଘର ସଭାପତି ଚକ୍ରଧର ବେଶ୍ରା ସ୍ବାଗତ ଭାଷଣ ରଖିବା ସହ ସଭାକାର୍ଯ୍ୟକୁ ଆଗେଇ ନେଇଥିଲେ। ପ୍ରଶାସନ, ରାଜନେତା ଓ ସାମ୍ବାଦିକମାନେ ପରସ୍ପର ମଧ୍ୟରେ ସମନ୍ୱୟ ରଖିଲେ ଅଞ୍ଚଳର ବିକାଶ ହେବା ସୁନିଶ୍ଚିତ ବୋଲି ମଞ୍ଚାସୀନ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ସଭାକାର୍ଯ୍ୟ ଆରମ୍ଭ ପୂର୍ବରୁ ଦିବଙ୍ଗତ୍ ବିଶିଷ୍ଟ ରାଜନେତା, ପୂର୍ବତନ ମନ୍ତ୍ରୀ, ସାହିତ୍ୟିକ ତଥା ସାମ୍ବାଦିକ ରାହାସ ବିହାରି ବେହେରାଙ୍କ ସ୍ମୃତି ଉଦ୍ଦେଶ୍ୟରେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏହି କ୍ରମରେ ଆସାମ +୨ ବିଦ୍ୟାଳୟରେ ସାମିଲ ହୋଇଥିବା ଅଧ୍ୟାପକ ସଞ୍ଜୟ ପୁରୋହିତଙ୍କ ଲିଖିତ ଭୁଗୋଳ ବହିର ଉନ୍ମୋଚନ କରାଯାଇଥିଲା। ପରେ ଅଗ୍ନି ଯୋଦ୍ଧା ରାଧେଶ୍ୟାମ ପ୍ରଧାନୀ, ଜୟପାଟଣା ବ୍ଲକ ଅଧ୍ୟକ୍ଷ ଥବିର ବାଗ, ଅଧ୍ୟାପକ ସଞ୍ଜୟ ପୁରୋହିତ ଓ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ସାମ୍ବାଦିକ ହିରଣ୍ୟ ବେହେରା ସଂଯୋଜନା କରିଥିବା ବେଳେ ରଘୁମଣୀ ପୂଝରୀ ଧନ୍ୟବାଦ ଅର୍ପଣ କରିଥିଲେ l ସାମ୍ବାଦିକ ଜଗଦୀଶ ନାଏକ, ବିଜୟ କୁମାର ପଣ୍ଡା, ତ୍ରିନାଥ ବେଶ୍ରା,ପରେଶ ପଟ୍ଟନାୟକ, ତୁଲାରାମ ବେହେରା, ଗଜିନ୍ଦ୍ର ନାଗ, ଦେବେନ୍ଦ୍ର ସାଗର, ଦୁଷ୍ମନ୍ତ ଗହୀର, ମଙ୍ଗରାଜ ବେହେରା, ଧର୍ମେନ୍ଦ୍ର ଦାସ, କୋଦଣ୍ଡ ଦାସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଳକରୁ ଶତାଧିକ ସାମ୍ବାଦିକ କାର୍ଯ୍ୟକ୍ରଯରେ ଯୋଗଦେଇଥିଲେ।
Article Image
11