ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନ୍ୟାସନାଲ ସ୍କୁଲ, କୁଜଙ୍ଗରେ ପବିତ୍ର ଓଡିଶା ଦିବସ ପାଳିତ

କୁଜଙ୍ଗ , 01/04/2025, ଉତ୍କଳ voice news - utkalvoicenews.com 1936 ମସିହାରେ ଓଡ଼ିଆ ଭାଷାଭାଷୀ ଅଂଚଳରେ ଏକ ଆନନ୍ଦର ଲହରୀ ଖେଳି ଯାଇଥିଲା l ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ସ୍ୱପ୍ନ ସାକାର ହୋଇଥିଲା ଓ ଅତ୍ୟନ୍ତ ଜଟିଳ ପରିସ୍ଥିତିରେ ଓଡ଼ିଶାର ବରପୁତ୍ର ମାନେ ଏ ଜାତିର ଅସ୍ମିତାକୁ ରକ୍ଷା କରିପାରିଥିଲେ l ନବ ଉତ୍କଳ ପ୍ରଦେଶ ଗଠନ ପରେ ଓଡ଼ିଆ ଜାତି ପଛକୁ ଫେରିନି ଓ ଦେଶରେ ଏ ଜାତିର ଅଦ୍ୟାବଧି ସ୍ୱତନ୍ତ୍ରତା ବଜାୟ ରହିଛି, ତେବେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ଓ ସେତେବେଳେ ଅକ୍ଲାନ୍ତ ପରିଶ୍ରମ କରି ଓଡ଼ିଆ ଜାତିର ଅସ୍ମିତା ରକ୍ଷା କରିଥିବା ଓଡିଶାର ମହାନ ବରପୁତ୍ରମାନଙ୍କ ଅସ୍ମିତା ପାଇଁ ସଂଗ୍ରାମର ଇତିହାସ ଆଗାମୀ ପିଢିଙ୍କୁ ଜାତିପ୍ରେମରେ ଉଦବେଳିତ କରିବ ବୋଲି ଆଜି କୁଜଙ୍ଗର ନ୍ୟାସନାଲ ସ୍କୁଲ ପରିସରରେ ଆୟୋଜିତ ପବିତ୍ର ଉତ୍କଳ ଦିବସ ଉତ୍ସବରେ ଛାତ୍ରୀଛାତ୍ରମାନଙ୍କୁ ଉଦବୋଧନ ଦେଇ ଉପସ୍ଥିତ ଅତିଥି ମାନେ କହିଛନ୍ତି l
Article Image
ସ୍କୁଲ ପ୍ରିନିସପାଲ ପ୍ରମିଳା ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଶିକ୍ଷlବିତ ପ୍ରଫେସର ଡକ୍ଟର ଗଙ୍ଗାଧର ସାମନ୍ତରାୟ, ଜାଭିଅର ସ୍କୁଲ ପ୍ରିନିସପାଲ ସୁଧାକର ବିଶ୍ୱାଳ, ସ୍କୁଲ ଚେୟାରମ୍ୟାନ ଡକ୍ଟର ରଘୁନାଥ ସାହୁ, ମହେଶ୍ୱର ମଲିକ, ସୁଧୀର ରଞ୍ଜନ ସ୍ୱାଇଁ, ଶୁଭେନ୍ଦ୍ର ନାରାୟଣ ଖଟୁଆ ପ୍ରମୁଖ ଯୋଗଦେଇ ଉତ୍କଳ ଦିବସ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l କୁନିକୁନି ପିଲାମାନଙ୍କ ମଧ୍ୟରେ ଭାଷଣ ଓ ଦେଶାତ୍ମବୋଧକ ସଂଗୀତ ପ୍ରତିଯୋଗିତା ହୋଇଥିଲା l ଶିକ୍ଷକ ନିକାସ୍ ଦଳେଇ, ପଦ୍ମlଳୟା ସେଠି,ମୁଗ୍ଧାମୟୀ ରାଉତ ଓ ରତିରଞ୍ଜନ ମହାନ୍ତି ପ୍ରମୁଖ ଉତ୍ସବ ପରିଚାଳନା କରିଥଲେ l ଶିକ୍ଷୟତ୍ରୀ ସୁଭଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l1936 ମସିହାରେ ଓଡ଼ିଆ ଭାଷାଭାଷୀ ଅଂଚଳରେ ଏକ ଆନନ୍ଦର ଲହରୀ ଖେଳି ଯାଇଥିଲା l ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ସ୍ୱପ୍ନ ସାକାର ହୋଇଥିଲା ଓ ଅତ୍ୟନ୍ତ ଜଟିଳ ପରିସ୍ଥିତିରେ ଓଡ଼ିଶାର ବରପୁତ୍ର ମାନେ ଏ ଜାତିର ଅସ୍ମିତାକୁ ରକ୍ଷା କରିପାରିଥିଲେ l ନବ ଉତ୍କଳ ପ୍ରଦେଶ ଗଠନ ପରେ ଓଡ଼ିଆ ଜାତି ପଛକୁ ଫେରିନି ଓ ଦେଶରେ ଏ ଜାତିର ଅଦ୍ୟାବଧି ସ୍ୱତନ୍ତ୍ରତା ବଜାୟ ରହିଛି, ତେବେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ଓ ସେତେବେଳେ ଅକ୍ଲାନ୍ତ ପରିଶ୍ରମ କରି ଓଡ଼ିଆ ଜାତିର ଅସ୍ମିତା ରକ୍ଷା କରିଥିବା ଓଡିଶାର ମହାନ ବରପୁତ୍ରମାନଙ୍କ ଅସ୍ମିତା ପାଇଁ ସଂଗ୍ରାମର ଇତିହାସ ଆଗାମୀ ପିଢିଙ୍କୁ ଜାତିପ୍ରେମରେ ଉଦବେଳିତ କରିବ ବୋଲି ଆଜି କୁଜଙ୍ଗର ନ୍ୟାସନାଲ ସ୍କୁଲ ପରିସରରେ ଆୟୋଜିତ ପବିତ୍ର ଉତ୍କଳ ଦିବସ ଉତ୍ସବରେ ଛାତ୍ରୀଛାତ୍ରମାନଙ୍କୁ ଉଦବୋଧନ ଦେଇ ଉପସ୍ଥିତ ଅତିଥି ମାନେ କହିଛନ୍ତି l ସ୍କୁଲ ପ୍ରିନିସପାଲ ପ୍ରମିଳା ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଶିକ୍ଷlବିତ ପ୍ରଫେସର ଡକ୍ଟର ଗଙ୍ଗାଧର ସାମନ୍ତରାୟ, ଜାଭିଅର ସ୍କୁଲ ପ୍ରିନିସପାଲ ସୁଧାକର ବିଶ୍ୱାଳ, ସ୍କୁଲ ଚେୟାରମ୍ୟାନ ଡକ୍ଟର ରଘୁନାଥ ସାହୁ, ମହେଶ୍ୱର ମଲିକ, ସୁଧୀର ରଞ୍ଜନ ସ୍ୱାଇଁ, ଶୁଭେନ୍ଦ୍ର ନାରାୟଣ ଖଟୁଆ ପ୍ରମୁଖ ଯୋଗଦେଇ ଉତ୍କଳ ଦିବସ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l କୁନିକୁନି ପିଲାମାନଙ୍କ ମଧ୍ୟରେ ଭାଷଣ ଓ ଦେଶାତ୍ମବୋଧକ ସଂଗୀତ ପ୍ରତିଯୋଗିତା ହୋଇଥିଲା l ଶିକ୍ଷକ ନିକାସ୍ ଦଳେଇ, ପଦ୍ମlଳୟା ସେଠି,ମୁଗ୍ଧାମୟୀ ରାଉତ ଓ ରତିରଞ୍ଜନ ମହାନ୍ତି ପ୍ରମୁଖ ଉତ୍ସବ ପରିଚାଳନା କରିଥଲେ l ଶିକ୍ଷୟତ୍ରୀ ସୁଭଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l
Article Image
Article Image
1