ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଖେଳିବା ବୟସରେ ଚାଲିଗଲା ତିନି ବର୍ଷର ଶିଶୁ, ଗ୍ରାମରେ ଶୋକର ଛାୟା

ତିର୍ତ୍ତୋଲ, 18/11/2026, ଉତ୍କଳ voice news - utkalvoicenews.com( ରିପୋର୍ଟ: ତିର୍ତ୍ତୋଲରୁ ଜଗନ୍ନାଥ ପ୍ରସାଦ ସାହୁ ) :
Article Image
ତାରିଖ: ୧୮/୧୧ : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମପଞ୍ଚାୟତର ପୁଟିଙ୍ଗ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ବୁଡ଼ି ଜଣେ ତିନି ବର୍ଷର ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁ ଜଣକ ହେଲେ ହୃଷୀକେଶ ମଲ୍ଲିକଙ୍କ ଏକମାତ୍ର ପୁତ୍ର ଆଶୁତୋଷ ମଲ୍ଲିକ। ଏହି ଦୁଃଖଦ ଘଟଣାକୁ ନେଇ ସମଗ୍ର ଗ୍ରାମରେ ଶୋକର ବାତାବରଣ ଖେଳିଯାଇଛି। ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ଶିଶୁଟି କୌଣସି କାରଣରୁ ଘରୁ ବାହାରକୁ ଚାଲିଯାଇଥିଲା। କିଛି ସମୟ ପରେ ଶିଶୁଟିକୁ ଘରେ ନପାଇ ପରିବାର ଲୋକେ ଆଖପାଖ ଅଞ୍ଚଳରେ ବହୁ ଖୋଜାଖୋଜି କରିଥିଲେ। ତେବେ ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ମଧ୍ୟ ଶିଶୁଟିର କୌଣସି ସନ୍ଧାନ ମିଳିନଥିଲା। ଶେଷରେ ଘର ନିକଟସ୍ଥ ଏକ ପୋଖରୀରେ ଶିଶୁଟି ଭାସୁଥିବା ଦେଖି ପରିବାର ଲୋକେ ତୁରନ୍ତ ତାକୁ ଉଦ୍ଧାର କରିଥିଲେ। ପରେ ଏକ ଘରୋଇ ଗାଡ଼ି ଯୋଗେ ଶିଶୁଟିକୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ପରୀକ୍ଷା ପରେ ଶିଶୁଟିକୁ ମୃତ ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଏକମାତ୍ର ସନ୍ତାନକୁ ହରାଇ ପରିବାର ଲୋକେ ଭାଙ୍ଗିପଡ଼ିଥିବା ବେଳେ ଏହି ହୃଦୟବିଦାରକ ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି।
6